ନିଟ୍ ପିଜି କାଉନସେଲିଂ: ୨୭% ଓବିସି, ୧୦% ଇଡବ୍ଲ୍ୟୁଏସ୍ ସଂରକ୍ଷଣକୁ ସୁପ୍ରିମକୋର୍ଟଙ୍କ ଅନୁମତି

ନୂଆଦିଲ୍ଲୀ: ନିଟ୍ ପିଜି ସଂରକ୍ଷଣ ନେଇ ସୁପ୍ରିମକୋର୍ଟ ଆଜି ରାୟ ଶୁଣାଇଛନ୍ତି | ସର୍ବୋଚ୍ଚ ନ୍ୟାୟାଳୟ ତୁରନ୍ତ ନିଟ୍ କାଉନସେଲିଂ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ସୁପ୍ରିମକୋର୍ଟ ଓବିସିଙ୍କ ପାଇଁ ୨୭% ଏବଂ ଆର୍ଥିକ ଦୁର୍ବଳ (ଇଡବ୍ଲ୍ୟୁଏସ୍) ବର୍ଗ ପାଇଁ ୧୦% ସଂରକ୍ଷଣକୁ ଅନୁମତି ଦେଇଛନ୍ତି | ଏହି ଦୁଇ ବର୍ଗ ପାଇଁ ସଂରକ୍ଷଣକୁ ଯଥାର୍ଥ ଦର୍ଶାଇ କେନ୍ଦ୍ର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଠାରୁ ଅନୁମତି ମାଗିଥିଲା ​​| ଅନ୍ୟପକ୍ଷର ଏହି ନୂଆ ସଂରକ୍ଷଣ ନୀତି ଉପରେ ରୋକ୍ ଲଗାଇବାକୁ ଆବେଦନକାରୀଙ୍କ ପକ୍ଷରୁ ଦାବି କରାଯାଇଥିଲା।

ସୁପ୍ରିମକୋର୍ଟ କହିଛନ୍ତି ଯେ ଏହି ବର୍ଷ ଠାରୁ ଲାଗୁ ହୋଇଥିବା ସଂରକ୍ଷଣ ନୀତିକୁ ଅସାମ୍ବିଧାନିକ ବୋଲି ଆମ ସମ୍ମୁଖରେ ଯୁକ୍ତି କରାଯାଇଥିଲା। ଇଡବ୍ଲ୍ୟୁଏସ୍ ଆୟ ସୀମାକୁ ୮ ଲକ୍ଷ ଟଙ୍କା ରଖିବା ଉପରେ ଆମେ ଜବାବ ଚାହିଁଥିଲୁ | ଅକ୍ଟୋବର ୨୫ ରେ କେନ୍ଦ୍ର ପିଜି କାଉନସେଲିଂ ସ୍ଥଗିତ ରଖିଥିଲା | ନଭେମ୍ବର ୨୫ରେ ସଂରକ୍ଷଣ ନୀତିର ସମୀକ୍ଷା କରିବାକୁ କହି କେନ୍ଦ୍ର ସରକାର ମାସେ ସମୟ ମାଗିଥିଲେ |

ସୁପ୍ରିମକୋର୍ଟ କହିଛନ୍ତି, ବର୍ତ୍ତମାନ କୁହାଯାଇଛି ଯେ ଚଳିତ ବର୍ଷ ଏହି ସଂରକ୍ଷଣ ନୀତି ବଜାୟ ରଖିବାକୁ କମିଟି ସୁପାରିସ କରିଛି। ଆମେ ସବୁ ପକ୍ଷକୁ ଶୁଣିଛୁ | ଏହି ପ୍ରସଙ୍ଗରେ ଏକ ବିସ୍ତୃତ ମଧ୍ୟବର୍ତ୍ତୀକାଳୀନ ଆଦେଶ ଆବଶ୍ୟକ | ଇଡବ୍ଲ୍ୟୁଏସ୍ ର ମାନଦଣ୍ଡ ନିର୍ଣ୍ଣୟ କରିବାକୁ କିଛି ସମୟ ଲାଗିବ | ଆମେ ଓବିସି ସଂରକ୍ଷଣ ପାଇଁ ଅନୁମତି ଦେଉଛୁ | ତୁରନ୍ତ କାଉନସେଲିଂ ଆରମ୍ଭ କରିବାର ଆବଶ୍ୟକତା ଅଛି ତେଣୁ ୧୦ ପ୍ରତିଶତ ଇଡବ୍ଲ୍ୟୁଏସ୍ ସଂରକ୍ଷଣ ରହିବା ଆବଶ୍ୟକ ବୋଲି କୋର୍ଟ କହିଛନ୍ତି। ମାର୍ଚ୍ଚର ତୃତୀୟ ସପ୍ତାହରେ ପାଣ୍ଡେ କମିଟିର ସୁପାରିଶ (୮ ଲକ୍ଷ) ର ବୈଧତା ଉପରେ ଶୁଣାଣି ହେବ।

Comments are closed.