କଂଗ୍ରେସକୁ ଝଟକା, ଦଳ ଛାଡ଼ିଲେ ବରିଷ୍ଠ ନେତା ସୁନୀଲ ଜାଖର

ଚଣ୍ଡିଗଡ଼: ଚିନ୍ତନ ଶିବିର ଚାଲିଥିବା ବେଳେ କଂଗ୍ରେସକୁ ଲାଗଛି ଝଟକା । ପଞ୍ଜାବ କଂଗ୍ରେସର ପୂର୍ବତନ ମୁଖ୍ୟ ସୁନୀଲ ଜାଖର ଦଳରୁ ଇସ୍ତଫା ଦେଇଛନ୍ତି । ଫେସବୁକ୍ ଲାଇଭରେ କରି ସେ ଦଳରୁ ବିଦାୟ ନେଇଛନ୍ତି । ସେ କହିଛନ୍ତି, ଗୁଡ୍ ଲକ୍..ଗୁଡ୍ ବାଏ କଂଗ୍ରେସ..। ଏହାପୂର୍ବରୁ ସେ ନିଜ ଟ୍ୱିଟର ବାୟୋରୁ କଂଗ୍ରେସର ନାମ ମଧ୍ୟ ହଟାଇ ଦେଇଥିଲେ । ଫେସବୁକ୍ ଲାଇଭ୍ ସମୟରେ ଜାଖର କଂଗ୍ରେସ ନେତା ଅମ୍ବିକା ସୋନିଙ୍କ ଉପରେ ବର୍ଷିଥିଲେ। ସେ ସୋନିଆ ଗାନ୍ଧୀଙ୍କୁ ମଧ୍ୟ ଅନେକ ପ୍ରଶ୍ନ କରିଥିଲେ।

କଂଗ୍ରେସ ନେତୃତ୍ୱ କେବଳ ଚାଟୁକାର ମାନଙ୍କ ଘେରରେ ରହିଛି ବୋଲି ଜାଖର ଅଭିଯୋଗ କରିଛନ୍ତି। ଏହି କାରଣରୁ ହିଁ କଂଗ୍ରେସର କ୍ଷତି ହେଉଛି। ସେ ଦଳର ମୁଖ୍ୟ ସୋନିଆ ଗାନ୍ଧୀଙ୍କୁ ପଞ୍ଜାବକୁ ଛାଡି ଦେଶରେ ଅବଶିଷ୍ଟ ରାଜ୍ୟରେ ରାଜନୀତି କରିବାକୁ କହିଛନ୍ତି । କଂଗ୍ରେସର ଚିନ୍ତନ ଶିବିର ଉପରେ ଜାଖର କହିଛନ୍ତି ଯେ କଂଗ୍ରେସର ଅବସ୍ଥା ପାଇଁ ମୁଁ ଦୁଃଖିତ। ଏହି ଚିନ୍ତନ ଶିବିର କେବଳ ଏକ ଔପଚାରିକତା ଛଡ଼ା ଆଉ କିଛି ନୁହେଁ | ଏହି ସମୟରେ ଜାଖର ଦଳର ନେତା ଅମ୍ବିକା ସୋନିଙ୍କୁ ମଧ୍ୟ ସମାଲୋଚନା କରିଥିଲେ । ସେ କହିଛନ୍ତି ଯେ ସୋନି ହିନ୍ଦୁମାନଙ୍କୁ ବଦନାମ କରିଛନ୍ତି। ହିନ୍ଦୁଙ୍କୁ ମୁଖ୍ୟମନ୍ତ୍ରୀ ନ କରିବାକୁ ସୋନି କହିଥିଲେ ବୋଲି ଝାଖର ଅଭିଯୋଗ କରିଛନ୍ତି ।

ତାଙ୍କ ବିରୋଧରେ ଜାରି ହୋଇଥିବା କାରଣ ଦର୍ଶାଅ ନୋଟିସ ପାଇଁ ଜାଖର ପାର୍ଟି ହାଇ କମାଣ୍ଡକୁ ମଧ୍ୟ ଟାର୍ଗେଟ କରିଥିଲେ। ଜାଖର କହିଥିଲେ ଯେ ପୂର୍ବତନ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନିଙ୍କୁ ସମାଲୋଚନା କରିବା ପାଇଁ ମୋତେ ସମସ୍ତ ପଦବୀରୁ ନିଲମ୍ବିତ କରାଯାଇଥିଲା, କିନ୍ତୁ ମୁଁ କୌଣସି ପଦରେ ହିଁ ନଥିଲି। ଜାଖର କହିଛନ୍ତି ଯେ କଂଗ୍ରେସ ଦଳ ସହିତ ତାଙ୍କର ୫୦ ବର୍ଷର ସମ୍ପର୍କ ରହିଛି। ସେ କଂଗ୍ରେସର ଜଣେ ଶୃଙ୍ଖଳିତ କର୍ମୀ ଭାବରେ କାର୍ଯ୍ୟ କରିଛନ୍ତି।

Comments are closed.