ଅଭିନେତା ଶ୍ରେୟାସ ତଲପଡେଙ୍କୁ ହୃଦଘାତ, ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ଜଣାଶୁଣା ଅଭିନେତା ଶ୍ରେୟାସ ତଲପଡେଙ୍କୁ ହୋଇଛି ହୃଦଘାତ । ତାଙ୍କୁ ମୁମ୍ବାଇର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତଲପଡେଙ୍କ ଆଞ୍ଜିଓପ୍ଲାଷ୍ଟି କରାଯାଇଛି।

ସୂତ୍ରରୁ ପ୍ରକାଶ, ‘ଓ୍ବେଲକମ୍ ଟୁ ଜଙ୍ଗଲ’ର ସୁଟିଂ କରୁଥିବା ବେଳେ ଶ୍ରେୟସ୍ ତଲପଡେଙ୍କୁ ହୃଦଘାତ ହୋଇଥିଲା । ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆଞ୍ଜିଓପ୍ଲାଷ୍ଟି ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା କୁହାଯାଇଛି ।

Comments are closed.