ପାରାଲିମ୍ପିକ୍ସରେ ଭାରତକୁ ଆଉ ଏକ ପଦକ, ସୁଟିଂରେ ବ୍ରୋଞ୍ଜ ଜିତିଲେ ସିଂହରାଜ ଅଧାନା

ନୂଆଦିଲ୍ଲୀ: ଟୋକିଓ ପାରାଲିମ୍ପିକ୍ ଗେମ୍ସରେ ଆଜି ୩୯ ବର୍ଷୀୟ ସିଂହରାଜ ଅଧାନା ୧୦ ମିଟର ଏୟାର ପିସ୍ତଲ ଏସ୍ଏଚ୍୧ର ଫାଇନାଲରେ ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିଛନ୍ତି | ଭାରତ ପାଇଁ ଚଳିତ ପାରାଲିମ୍ପିକ୍ସରେ ଏହା ଅଷ୍ଟମ ପଦକ। ଫାଇନାଲରେ ଆଧାନା ୨୧୬.୮ ସ୍କୋର ସହିତ ତୃତୀୟ ସ୍ଥାନରେ ରହି ବ୍ରୋଞ୍ଜ ପଦକ ନିଶ୍ଚିତ କରିଥିଲେ | ଚାଇନାର ୟାଙ୍ଗ ଚାଓ ୨୩୭.୯ ପଏଣ୍ଟ ସହ ସ୍ୱର୍ଣ୍ଣ ଜିତିବାରେ ସଫଳ ହୋଇଥିବାବେଳେ ଚାଇନାର ହେ ହଙ୍ଗ ଜିଙ୍ଗ ରୌପ୍ୟ ପଦକ ପାଇଛନ୍ତି।

ତେବେ ଭାରତରଆଉ ଜଣେ ସୁଟର ମନୀଷ ଏଲିମିନେସନ୍ ରାଉଣ୍ଡରେ ସମସ୍ତଙ୍କୁ ୧୩୫.୮ ପଏଣ୍ଟ ସହ ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିବାରେ ବିଫଳ ହୋଇଥିଲେ | ୧୮ ବର୍ଷୀୟ ମନୀଷ ନରୱାଲ ଯୋଗ୍ୟତା ଅର୍ଜନ କରିଥିଲେ ମଧ୍ୟ ଫାଇନାଲରେ ମନ୍ଥର ଆରମ୍ଭରୁ ସେ ସପ୍ତମ ସ୍ଥାନ ହାସଲ କରିପାରି ନଥିଲେ।

ଭାରତ ଗତକାଲି ୨ଟି ସ୍ୱର୍ଣ୍ଣ ସମେତ ୫ଟି ପଦକ ଜିଜିତିଥିଲା। | ଟୋକିଓ ପାରାଲିମ୍ପିକ୍ ଗେମ୍ସରେ ଭାରତର ପଦକ ସଂଖ୍ୟା ବର୍ତ୍ତମାନ ୮ରେ ପହଞ୍ଚିଛି। ଯେଉଁଥିରେ ୨ଟି ସୁନା, ୪ଟି ସିଲଭର ଏବଂ ୨ଟି ବ୍ରୋଞ୍ଜ ଅନ୍ତର୍ଭୁକ୍ତ |

Comments are closed.