ଓମିକ୍ରନ୍ ଆତଙ୍କ: ହାଇ ରିସ୍କ ଦେଶରୁ ଫେରିଥିବା ୬ ଯାତ୍ରୀ ପଜିଟିଭ୍, ୨୫ ଦେଶକୁ ବ୍ୟାପିଲା ନୂଆ ଭାରିଆଣ୍ଟ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରେ ମିଳିଥିବା କରୋନା ଭାରିଆଣ୍ଟ ଓମିକ୍ରନ୍ ବିପଦକୁ ଦୃଷ୍ଟିରେ ରଖି ଭାରତ ସମେତ ଅନ୍ୟ ଦେଶ ମଧ୍ୟ ସତର୍କତା ଅବଲମ୍ବନ କରିବା ଆରମ୍ଭ କରିଛନ୍ତି। ଭାରତରେ ବିମାନ ବନ୍ଦରରେ ବିଦେଶରୁ ଆସୁଥିବା ଯାତ୍ରୀମାନଙ୍କ ଉପରେ କଡା ନଜର ରଖାଯାଇଛି। ବିମାନରୁ ଓହ୍ଲାଇବା ମାତ୍ରେ ଯାତ୍ରୀଙ୍କ କରୋନା ପରୀକ୍ଷା କରାଯାଉଛି | ଗତ ୨୪ ଘଣ୍ଟାରେ ଭାରତକୁ ବିଦେଶରୁ ୧୧ଟି ଫ୍ଲାଇଟ୍ସରେ ବିଦଜଶରୁ ଫେରିଥିବା ଯାତ୍ରୀମାନଙ୍କ ମଧ୍ୟରୁ ୬ ଜଣ ଯାତ୍ରୀ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ହାଇ ରିସ୍କ ଦେଶରୁ ଏହି ସବୁ ଯାତ୍ରୀ ଆସିଥିଲେ। ସଂକ୍ରମିତଙ୍କ ଠାରେ ଓମିକ୍ରନ ଭାରିଆଣ୍ଟ ଅଛି କି ନାହିଁ ସ୍ପଷ୍ଟ କରିବା ଲାଗି ସେମାନଙ୍କ ନମୁନା ଜିନୋମ ସିକ୍ବେନ୍ସିଂ ପାଇଁ ପଠାଯାଇଛି | ଦେଶର ବିଭିନ୍ନ ବିମାନବନ୍ଦରରେ ପରୀକ୍ଷା ସମୟରେ ଏହି ଯାତ୍ରୀମାନେ ସଂକ୍ରମିତ ହୋଇଥିବା ଜଣାପଡିଛି। ଗତକାଲି ହାଇରିସ୍କ ଦେଶରୁ ଭାରତ ଆସିଥିବା ୩୪୭୬ ଜଣ ଯାତ୍ରୀଙ୍କ ଆରଟି-ପିସିଆର୍ ଟେଷ୍ଟ କରାଯାଇଥିଲା । ଏହି କାରଣରୁ ଯାତ୍ରୀମାନଙ୍କୁ ଅନେକ ବିମାନବନ୍ଦରରେ ଅଧିକ ସମୟ ଅପେକ୍ଷା କରିବାକୁ ପଡିଲା |

ଦକ୍ଷିଣ ଆଫ୍ରିକାରେ ପ୍ରଥମେ ମିଳିଥିବା ଓମିକ୍ରନ୍ ଭାରିଆଣ୍ଟ ମାମଲା ଏପର୍ଯ୍ୟନ୍ତ ୨୫ଟି ଦେଶରେ ରିପୋର୍ଟ ହୋଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହା ସ୍ପଷ୍ଟ କରିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସମସ୍ତ ଦେଶକୁ ଓମିକ୍ରନ୍ ପ୍ରତି ସଜାଗ ରହିବା ଆବଶ୍ୟକ ବୋଲି କହିଛି ।

Comments are closed.