ରାଜ୍ୟରେ ୨୫୨ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୫୨ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୧୪୮ ଓ ସ୍ଥାନୀୟ ଅଞ୍ଚଳରୁ ୧୦୪ ଚିହ୍ନଟ ହୋଇଛନ୍ତି । ନୂଆ ପଜିଟିଭଙ୍କ ମଧ୍ୟରେ ୫୪ ଜଣ ହେଉଛନ୍ତି ୧୮ ବର୍ଷରୁ କମ୍ ବୟସ୍କ ।

ଦିନକରେ ଖୋର୍ଦ୍ଧା ଜିଲ୍ଲାରୁ ୧୧୩, କଟକରୁ ୧୯, ସୁନ୍ଦରଗଡରୁ ୧୬, ସମ୍ବଲପୁରରୁ ୧୩, ଯାଜପୁରରୁ ୮, ମୟୂରଭଞ୍ଜରୁ ୮, ବାଲେଶ୍ୱରରୁ ୫, ବଲାଙ୍ଗିରରୁ ୫, ଝାରସୁଗୁଡାରୁ ୪, ପୁରୀରୁ ୩, କେନ୍ଦ୍ରାପଡାରୁ ୩, ଢେଙ୍କାନାଳରୁ ୩, ଜଗତସିଂହପୁରରୁ ୩, ନୟାଗଡରୁ ୨, ଭଦ୍ରକରୁ ୨, ବୌଦ୍ଧରୁ ୧ ଓ ଗଞ୍ଜାମରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୨ଟି ଜିଲ୍ଲାରୁ କୌଣସି ନୂଆ ମାମଲା ରିପୋର୍ଟ ହୋଇନାହିଁ । ଷ୍ଟେଟ ପୁଲ୍‌ରୁ ୨୭ଟି ମାମଲା ଆସିଛି ।

ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୪୯ ହଜାର ୫୯୭କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଛନ୍ତି ୧୦ ଲକ୍ଷ ୩୮ ହଜାର ୬୯୫ । ସକ୍ରିୟ ମାମଲା ରହିଛି ୨ ହଜାର ୪୩୪ ।

Comments are closed.