ସିଡନୀ ଟେଷ୍ଟ: ଅଷ୍ଟ୍ରେଲିଆ ୧୯୭ ରନରେ ଅଗ୍ରଣୀ

ସିଡନୀ – ସିଡନୀ ଟେଷ୍ଟର ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସରେ ଦୁଇ ୱିକେଟ୍ ହରାଇ ୧୦୩ ରନ୍ କରିନେଇଛି । ଅଷ୍ଟ୍ରେଲିଆ ଏଯାବତ ଭାରତ ଉପରେ ୧୯୭ ରନ୍ ଅଗ୍ରଣୀ ହାସଲ କରିଛି। ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ୩୩୮ ରନ୍ କରିଥିଲା। ଏହାର ଜବାବରେ ଭାରତ ଆଜି ପୂର୍ବ ଦିନର ଅସମାପ୍ତ ସ୍କୋର ୯୬/୨ରୁ ଖେଳ ଆରମ୍ଭ କରି ମାତ୍ର ୨୪୪ ରନରେ ଅଲ୍ଆଉଟ୍ ହୋଇଯାଇଥିଲା । ଫଳରେ ଅଷ୍ଟ୍ରେଲିଆ ୯୪ ରନରେ ଅଗ୍ରଣୀ ହାସଲ କରିବାରେ ସଫଳ ହୋଇଥିଲା ।

ଭାରତ ତରଫରୁ ପୂଜାରା ୫୦, ଗିଲ୍ ୫୦, ପନ୍ତ ୩୬, ରାହାଣେ ୨୨ ଓ ଜାଡେଜା ୨୮ ରନ୍ କରିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ପ୍ୟାଟ୍ କମିନ୍ସ ୪ଟି ଓ୍ବିକେଟ୍ ନେଇଥିଲେ । ତୃତୀୟ ଦିନର ଖେଳ ଶେଷ ହେବା ବେଳକୁ ଷ୍ଟିଭ୍ ସ୍ମିଥ୍ ୨୯ ଏବଂ ମାର୍ନୁସ୍ ଲାବୁଶାନ୍ ୪୭ ରନ୍ କରି ଅପରାଜିତ ଅଛନ୍ତି ।

ଅଷ୍ଟ୍ରେଲିଆ ଡେଭିଡ ୱାର୍ନର (୧୩) ଏବଂ ୱିଲ ପୁକୋସ୍କି (୧୦) ଙ୍କ ୱିକେଟ୍ ହରାଇଛି। ମହମ୍ମଦ ସିରାଜ ଏବଂ ରବିଚନ୍ଦ୍ରନ ଅଶ୍ୱିନ ଭାରତ ପାଇଁ ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି।

Comments are closed.