ଟି-୨୦ ବିଶ୍ୱକପ: ‘ଟିମ୍ ଅଫ୍ ଦି ଟୁର୍ଣ୍ଣାମେଣ୍ଟ’ରେ ଜଣେ ବି ଭାରତୀୟ ନାହାଁନ୍ତି, ବାବର ଅଧିନାୟକ ମନୋନୀତ

ଦୁବାଇ: ଟି-୨୦ ବିଶ୍ୱକପ ୨୦୨୧ ଶେଷ ହୋଇଛି । ରବିବାର ଅନୁଷ୍ଠିତ ଫାଇନାଲରେ ନ୍ୟୁଜିଲାଣ୍ଡକୁ ୮ ୱିକେଟରେ ପରାସ୍ତ କରି ଅଷ୍ଟ୍ରେଲିଆ ପ୍ରଥମ ଥର ପାଇଁ ବିଶ୍ୱ ଚାମ୍ପିୟନ ହୋଇଛି। ଟି-୨୦ ବିଶ୍ୱକପ ୨୦୨୧ ଶେଷ ହେବା ପରେ ଆଇସିସି ‘ଟିମ୍ ଅଫ୍ ଦି ଟୁର୍ଣ୍ଣାମେଣ୍ଟ’ ଘୋଷଣା କରିଛି । ତେବେ ଏଥିରେ ଜଣେ ବି ଭାରତୀୟ ଖେଳାଳିଙ୍କୁ ସ୍ଥାନ ମିଳିନାହିଁ। ବାବର ଆଜମଙ୍କୁ ଏ‌ହି ଦଳର ଅଧିନାୟକ କରାଯାଇଛି ।

ଆଇସିସି ଟି-୨୦ ବିଶ୍ୱକପ ୨୦୨୧ରେ ଖେଳାଳିଙ୍କ ପ୍ରଦର୍ଶନ ଆଧାରରେ ‘ଟିମ୍ ଅଫ୍ ଦି ଟୁର୍ଣ୍ଣାମେଣ୍ଟ’ ଚୟନ କରାଯାଇଛି। ଏହି ଦଳର ଓପନର ଭାବରେ ଡେଭିଡ ୱାର୍ନର ଏବଂ ଜୋସ୍ ବଟଲରଙ୍କୁ ଚୟନ କରାଯାଇଛି। ଏଥି ସହିତ ବାବର ଆଜମଙ୍କୁ ତିନି ନମ୍ବରରେ ରଖାଯାଇଛି, ଯିଏ ଦଳର ଅଧିନାୟକ ମଧ୍ୟ ଅଟନ୍ତି। ଦଳରେ ଅର୍ଡ଼ର ବ୍ୟାଟ୍ସମ୍ୟାନ୍ ଭାବେ ଚାରିଥ ଅସଲଙ୍କା ଏବଂ ଏଡେନ୍ ମାର୍କ୍ରାମଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିବାବେଳେ ଅଲରାଉଣ୍ଡର ମୋଏନ୍ ଅଲି ଏବଂ ଭେନେଣ୍ଡୁ ହାସରାଙ୍ଗାଙ୍କୁ ନିମ୍ନ କ୍ରମରେ ବ୍ୟାଟିଂ ପାଇଁ ଖେଳାଯାଇଥିବା ଏକାଦଶରେ ସାମିଲ କରାଯାଇଥିଲା।

ଆଇସିସି ଟି-୨୦ ବିଶ୍ୱକପ ୨୦୨୧ରେ ଖେଳାଳିଙ୍କ ପ୍ରଦର୍ଶନ ଉପରେ ଆଧାର କରି ଦଳ ଚୟନ କରିଛି। ଏହି ଦଳର ଓପନର ଭାବରେ ଡେଭିଡ ୱାର୍ନର ଏବଂ ଜୋସ୍ ବଟଲରଙ୍କୁ ଚୟନ କରାଯାଇଥିଲା। ଏଥି ସହିତ ବାବର ଆଜମଙ୍କୁ ତିନି ନମ୍ବରରେ ରଖାଯାଇଥିଲା, ଯିଏ ଦଳର ଅଧିନାୟକ ମଧ୍ୟ ଅଟନ୍ତି। ମିଡିଲ୍ ଅର୍ଡ଼ର ବ୍ୟାଟ୍ସମ୍ୟାନ୍ ଭାବେ ଶ୍ରୀଲଙ୍କାର ଚରିଥ ଅସଲଙ୍କା ଏବଂ ଦକ୍ଷିଣ ଆଫ୍ରିକାର ଆଡାମ ମାର୍କ୍ରାମଙ୍କୁ ସାମିଲ କରାଯାଇଥିବାବେଳେ ଅଲରାଉଣ୍ଡର ମୋଇନ୍ ଅଲି ଏବଂ ୱ୍ବାନିନ୍ଦୁ ହସରଙ୍ଗାଙ୍କୁ ଏକାଦଶରେ ସ୍ଥାନ ମିଳିଛି।

ଏହି ‘ଟିମ୍ ଅଫ୍ ଦି ଟୁର୍ଣ୍ଣାମେଣ୍ଟ’ରେ ଆଡାମ ଜାମ୍ପାଙ୍କ ସହ ଦ୍ରୁତ ବୋଲର ଜୋଶ ହାଜଲେଉଡ, ଟ୍ରେଣ୍ଟ ବୋଲ୍ଟ ଏବଂ ଅନ୍ରିଚ ନର୍ଜେଙ୍କୁ ବି ସାମିଲ କରାଯାଇଛି । ଦ୍ୱାଦଶ ଖେଳାଳି ଭାବେ ପାକିସ୍ତାନର ଶାହିନ୍ ଆଫ୍ରିଦିଙ୍କୁ ରଖାଯାଇଛି ।

ଏହି ଦଳରେ କୌଣସି ଭାରତୀୟ ଖେଳାଳି ସ୍ଥାନ ନ ପାଇବା ଟୁର୍ଣ୍ଣାମେଣ୍ଟରେ ସେମାନଙ୍କ ନୈରାଶ୍ୟଜନକ ପ୍ରଦର୍ଶନକୁ ଦର୍ଶାଉଛି । ଭାରତୀୟ ଦଳ ଟି-୨୦ ବିଶ୍ୱକପ୍ ୨୦୨୧ରେ ଗ୍ରୁପ୍ ପର୍ଯ୍ୟାୟରୁ ହିଁ ବାଦ୍ ପଡ଼ିଥିଲା ।

ଟି-୨୦ ବିଶ୍ୱକପ ୨୦୨୧ର ଶ୍ରେଷ୍ଠ ଏକାଦଶ:

ଡେଭିଡ ୱାର୍ନର, ଜୋସ୍ ବଟଲର (ଓ୍ବିକେଟ୍ କିପର), ବାବର ଆଜାମ (ଅଧିନାୟକ), ଚରିଥ ଅସଲଙ୍କା, ଏଡେନ ମାର୍କ୍ରାମ, ମୋଇନ ଅଲି, ଓ୍ବାନିନ୍ଦୁ ହସରଙ୍ଗା, ଆଡାମ ଜାମ୍ପା, ଜୋଶ ହାଜଲେଉଡ, ଟ୍ରେଣ୍ଟ ବୋଲ୍ଟ, ଅନ୍ରିଚ ନର୍ଟେ, ଶାହିନ ଆଫ୍ରିଦି (ଦ୍ୱାଦଶ ଖେଳାଳି)

Comments are closed.