ଚାକିରି ପାଇଁ ଜମି ଦୁର୍ନୀତି ମାମଲାରେ ସିବିଆଇରେ ହାଜର ହେଲେ ତେଜସ୍ୱୀ

ନୂଆଦିଲ୍ଲୀ: ‘ଚାକିରି ପାଇଁ ଜମି’ ଦୁର୍ନୀତି ମାମଲାରେ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଶନିବାର ଦିଲ୍ଲୀ ସ୍ଥିତ ସିବିଆଇ ମୁଖ୍ୟାଳୟରେ ଜେରା ପାଇଁ ହାଜର ହୋଇଛନ୍ତି। ସକାଳ ପ୍ରାୟ ୧୦.୩୦ ସମୟରେ ତେଜସ୍ୱୀ ସିବିଆଇ ମୁଖ୍ୟାଳୟକୁ ଆସିଥିଲେ।

ପୂର୍ବରୁ ସିବିଆଇ ତାଙ୍କୁ ତିନି ତିନି ଥର (୨୮ ଫେବୃଆରୀ, ୪ ମାର୍ଚ୍ଚ ଓ ୧୧ ମାର୍ଚ୍ଚ) ସମନ କରିଥିଲେ ମଧ୍ୟ ସେ ଆସିନଥିଲେ। କିନ୍ତୁ ଗତ ସପ୍ତାହରେ ସିବିଆଇ ଦିଲ୍ଲୀ ହାଇକୋର୍ଟଙ୍କୁ କହିଥିଲା ଯେ ତେଜସ୍ୱୀ ଯାଦବଙ୍କୁ ଗିରଫ କରାଯିବ ନାହିଁ।

ଅପରପକ୍ଷରେ ତାଙ୍କ ଓକିଲ ମନିନ୍ଦର ସିଂ ସିବିଆଇକୁ କହିଥିଲେ ଯେ ଏପ୍ରିଲ ୫ ପର୍ଯ୍ୟନ୍ତ ବିଧାନସଭା ଅଧିବେଶନରେ ସେ ବ୍ୟସ୍ତ ଥିବାରୁ ତାଙ୍କ ମହକିଲଙ୍କୁ କିଛି ସମୟ ଦରକାର।

ଶନିବାର ଓ ରବିବାର ଦିନ ବିଧାନସଭା ବସିବ ନାହିଁ। ଏଣୁ ତେଜସ୍ୱୀ ଯାଦବ ମାର୍ଚ୍ଚ ମାସରେ ଯେକୌଣସି ଶନିବାର ଦିନ ଆସିପାରନ୍ତି ବୋଲି ସିବିଆଇ ଓକିଲ ଡିପି ସିଂହ କୋର୍ଟଙ୍କୁ କହିଥିଲେ ।

Comments are closed.