ବନ୍ୟା ସ୍ଥିତି ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା, ୮ ଜିଲ୍ଲାପାଳଙ୍କ ସହ ଆଲୋଚନା

ଭୁବନେଶ୍ୱର : ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ବୁଧବାର ରାଜ୍ୟର ୮ଟି ଜିଲ୍ଲାପାଳ ଓ ୩ଟି ଆରଡିସିଙ୍କ ସହ କଥା ହୋଇଛନ୍ତି । ମୟୂରଭଂଜ, ବାଲେଶ୍ୱର, ଯାଜପୁର, ଭଦ୍ରକ, ସୁବର୍ଣ୍ଣପୁର, କେନ୍ଦ୍ରାପଡା, ବୌଦ୍ଧ ଜିଲ୍ଲାପାଳଙ୍କ ସହ କଥା ହୋଇଛନ୍ତି ।

କିଛି ନଦୀରେ ଜଳସ୍ତର ବିପଦସଂକେତ ପାଖାପାଖି ବା ତଳେ ପ୍ରବାହିତ ହେଉଛି । ଉତ୍ତର ଓଡିଶାରେ ପ୍ରବଳ ବର୍ଷା ହୋଇଥିବାରୁ ବୁଢାବଳଙ୍ଗ, ବୈତରଣୀ, ଜଳକା,କାଣୀ ଓ ଖରସ୍ରୋତାରେ ବନ୍ୟାଜଳ ନିଷ୍କାସିତ ହୋଇଥିବା ସେ ସୂଚନା ଦେଇଥିଲେ ।

ଫିଜିକାଲ୍ ସଭେ ର୍ ପାଇଁ ଆରଡିସିମାନଙ୍କୁ ସେ କହିଥିବା ମୁଖ୍ୟ ଶାସନ ସଚିବ କହିଛନ୍ତି l ସମ୍ଭାବ୍ୟ ବନ୍ୟା ପରିସ୍ଥିତି ନେଇ ଏସଆରସି ପ୍ରଦୀପ କୁମାର ଜେନା କହିଛନ୍ତି ଯେ, ତଳିଆ ଅଂଚଳ ଉପରେ ନଜର ରଖାଯାଇଛି l ବାଲେଶ୍ୱର, ମୟୂରଭଂଜ , ଭଦ୍ରକ, ଯାଜପୁର ,କେନ୍ଦ୍ରାପଡା ଓ ଜଗତସିଂହପୁରକୁ ଓଡ୍ରାଫ୍ ଓ ଏନଡିଆରଏଫ୍ ଟିମ ପଠାଯାଇଛି ।

Comments are closed.