କୋଲ୍ ବ୍ଲକ୍ ନିଲାମ ପ୍ରକ୍ରିୟାକୁ ତିନି ମାସ ସ୍ଥଗିତ ରଖିବାକୁ କେନ୍ଦ୍ରକୁ ଚିଠି ଲେଖିଲେ ରାଜ୍ୟ ସରକାର

ଭୁବନେଶ୍ୱର- ରାଜ୍ୟରେ କୋଇଲା ବ୍ଲକ୍ ନିଲାମ ପ୍ରକ୍ରିୟାକୁ ତିନି ମାସ ସ୍ଥଗିତ ରଖିବା ପାଇଁ କେନ୍ଦ୍ରକୁ ଚିଠି ଲେଖିଛନ୍ତି ରାଜ୍ୟ ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ । କୋରୋନା ଯୋଗୁଁ ଖଣିଜ କାରବାର ପ୍ରଭାବିତ ହୋଇଛି । ତେଣୁ ଏଭଳି ପରିସ୍ଥିତିରେ ଯଦି ନିଲାମ କରାଯାଏ,ତାହା ହେଲେ ନିଲାମ ଡାକ ଯଥେଷ୍ଟ କମ୍ ହେବାର ଆଶଙ୍କା ରହିଛି ମନ୍ତ୍ରୀ ବୋଲି ସେ ଦର୍ଶାଇଛନ୍ତି ।

କେନ୍ଦ୍ର ପକ୍ଷରୁ ଚିହ୍ନଟ ହୋଇଥିବା ୪୧ଟି କୋଇଲା ବ୍ଲକ୍ ମଧ୍ୟରୁ ଓଡିଶାରେ ୯ଟି ରହିଛି । ଏସବୁରେ ମୋଟ ୧୦ ହଜାର ୭୫୦ ନିୟୁତ ଟନ୍ କୋଇଲା ମହଜୁଦ ରହିଛି । କେନ୍ଦ୍ରର ସଂଶୋଧିତ ନିର୍ଘଂଟ ଅନୁଯାୟୀ ୨୦୨୦ ସେପଟେମ୍ବର ୨୯ ତାରିଖ ବିଡ୍ ଦାଖଲର ଶେଷ ତାରିଖ । ୨୦୨୦ ଅକ୍ଟୋବର ୧୯ ତାରିଖରୁ ନଭେମ୍ବର ୯ତାରିଖ ମଧ୍ୟରେ ଇ-ନିଲାମ ପ୍ରକ୍ରିୟା ଶେଷ କରିବାକୁ ସ୍ଥିର ହୋଇଥିଲା । ନିଲାମଧାରୀଙ୍କୁ ୩୦ ବର୍ଷ ପାଇଁ କୋଇଲା ଉତୋଳନ ପାଇଁ ଖଣି ଦିଆଯିବ ।

Comments are closed.