ଓପିଏସସିରେ ଦୁଇ ନୂଆ ସଦସ୍ୟ

ଭୁବନେଶ୍ୱର : ଓଡିଶା ଲୋକସେବା ଆୟୋଗ- ଓପିଏସସିର ସଦସ୍ୟ ଭାବେ ଦୁଇ ଜଣଙ୍କୁ ନିଯୁକ୍ତି ଦିଆଯାଇଛି । ସେମାନେ ହେଲେ ବିଭୂତି ଭୂଷଣ ପଟ୍ଟନାୟକ ଓ ପ୍ରଫେସର ସୁଧାଂଶୁ ଶେଖର ରଥ । ବିଭୂତି ଭୂଷଣ ପଟ୍ଟନାୟକ ହେଉଛନ୍ତି ଜଣେ ଅବସରପ୍ରାପ୍ତ ପ୍ରାଶାସନିକ ଅଧିକାରୀ । ସେ ଜୁଲାଇ ୩୧ ତାରିଖରେ କୋଅପରେଟିଭ ସୋସାଇଟିର ଏକଜିକ୍ୟୁଟିଭ ରେଜିଷ୍ଟ୍ରାର ଭାବେ ଅବସର ଗ୍ରହଣ କରିଥିଲେ । ସେ ଜଣେ ଦକ୍ଷ ପ୍ରଶାସକ ଭାବେ ଜଣାଶୁଣା । ପୂବ ର୍ରୁ ସେ ପ ଯ୍ୟ ର୍ଟନ ବିଭାଗର ନିର୍ଦ୍ଦେଶକ ଓ ଝାରସୁଗୁଡାର ଜିଲ୍ଲାପାଳ ରହିସାରିଛନ୍ତି । ବିଭୂତି ଭୂଷଣ ପଟ୍ଟନାୟକ ଅନ୍ୟାନ୍ୟ ଉଚ୍ଚ ସରକାରୀ ପଦପଦବୀରେ ବି ରହିସାରିଛନ୍ତି ।

ଓପିଏସସିର ଅନ୍ୟ ସଦସ୍ୟ ଭାବେ ଶୁକ୍ରବାର ନିଯୁକ୍ତି ପାଇଥିବା ସୁଧାଂଶୁ ଶେଖର ରଥ ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳର ପୂର୍ବତନ କୁଳପତି ଭାବେ କାଯ୍ୟ ର୍ କରିସାରିଛନ୍ତି । ଇକୋନୋମିକ୍ସ , ଫାଇନାନ୍ସ ଓ ମ୍ୟାନେଜମେଂଟ ଭଳି ବିଷୟରେ ସୁଧାଂଶୁଙ୍କ ଅଗାଧ ପାଣ୍ଡିତ୍ୟ ରହିଛି । ସେ ସମ୍ବଲପୁର ବିଶ୍ୱବିଦ୍ୟାଳର ଓଏସଡି ଓ ରେଜିଷ୍ଟ୍ରାର ବି ରହିଥିଲେ । ସମ୍ବଲପୁର ବିଶ୍ୱବିଦ୍ୟାଳର ଅର୍ଥନୀତି ବିଭାଗର ମୁଖ୍ୟ ବି ଥିଲେ ପ୍ରଫେସର ରଥ । ପ୍ରଫେସର ରଥ ବିଶ୍ୱବ୍ୟାଙ୍କ, ୟୁଏନଡିପି ଭଳି ସଂସ୍ଥା ସହ ଜଡିତ ହୋଇଛନ୍ତି ।

Comments are closed.