ଦୌଡରାଣୀ ଦୂତି ପାଇବେ ଅର୍ଜୁନ, ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ

ଭୁବନେଶ୍ୱର : ଓଡିଶାର ଦୌଡରାଣୀ ଦୂତି ଚାନ୍ଦ ଏ ବର୍ଷ ଅର୍ଜୁନ ପୁରସ୍କାର ପାଇବେ । କେନ୍ଦ୍ର ସରକାରଙ୍କ ଜାତୀୟ କ୍ରୀଡା ପୁରସ୍କାର ଚୟନ କମିଟି ପକ୍ଷରୁ ଅର୍ଜୁନ ପୁରସ୍କାର ପାଇଁ ଦୂତିଙ୍କ ସମେତ ମୋଟ ୨୭ଜଣ କ୍ରୀଡାବିତଙ୍କ ନାଁ ସୁପାରିଶ କରାଯାଇଛି ।

ଅର୍ଜୁନ ପୁରସ୍କାର ପାଇଁ ଅଲିମ୍ପିଆନ ଦୂତି ଚାନ୍ଦଙ୍କ ନାଁ ସୁପାରିଶ କରାଯାଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଦୂତିଙ୍କ ସଫଳତାରେ ଓଡିଶା ଗର୍ବିତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଦୂତିଙ୍କ ଆଗରୁ ରାଜ୍ୟର ୮ ଜଣ କ୍ରୀଡାବିତ ଅର୍ଜୁନ ପୁରସ୍କାର ପାଇସାରିଛନ୍ତି ।

Comments are closed.