‘ଦଳବିରୋଧୀ କାର୍ଯ୍ୟ’ ପାଇଁ ଏକନାଥ ସିନ୍ଦେଙ୍କୁ ଶିବସେନାରୁ ବହିଷ୍କୃତ କଲେ ଉଦ୍ଧବ

ମୁମ୍ବାଇ: ସିଂହାସନ ପାଇଁ ଲଢେ଼ଇ ପରେ ଏବେ ଶିବସେନା ଉପରେ କର୍ତ୍ତୃତ୍ବ ଜାହିର ପାଇଁ ବିଦ୍ରୋହୀ ଏକନାଥ ସିନ୍ଦେ ଓ ଉଦ୍ଧବ ଗୋଷ୍ଠୀ ମଧ୍ୟରେ ଲଢେଇ ଆରମ୍ଭ ହୋଇଯାଇଛି । ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ଶିବସେନାରୁ ବହିଷ୍କୃତ କରିଛନ୍ତି। ଶିନ୍ଦେଙ୍କୁ ଲେଖିଥିବା ଏକ ଚିଠିରେ ଠାକୁର ତାଙ୍କୁ ଦଳ ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ଥିବା ଅଭିଯୋଗ କରିଛନ୍ତି। ଚିଠିରେ କୁହାଯାଇଛି ଯେ ସିନ୍ଦେ ମଧ୍ୟ ସ୍ବେଚ୍ଛାକୃତ ଭାବରେ ଦଳର ସଦସ୍ୟତା ଛାଡିଛନ୍ତି, ତେଣୁ ଶିବସେନା ଦଳର ସଭାପତି ଭାବେ ମୋତେ ଦିଆଯାଇଥିବା କ୍ଷମତାର ପ୍ରୟୋଗ କରି ମୁଁ ଆପଣଙ୍କୁ ପାର୍ଟି ସଂଗଠନରେ ଶିବସେନା ନେତା ପଦରୁ ହଟାଇ ଦେଇଛି। ଏହି ଚିଠିଟି ୩୦ ଜୁନର |

ଉଲ୍ଲେଖଯୋଗ୍ୟ ଯେ ପ୍ରାୟ ଦୁଇ ସପ୍ତାହ ତଳେ ଏକନାଥ ସିନ୍ଦେ ଶିବସେନାରେ ବିଦ୍ରୋହ ଆରମ୍ଭ କରି ମହାବିକାଶ ଅଘାଡି ସରକାରର ପତନ ଘଟାଇଥିଲେ । ଗୁରୁବାର (ଜୁନ୍ ୩୦) ସେ ବିଜେପି ସହିତ ରାଜ୍ୟରେ ନୂଆ ସରକାର ଗଠନ କରିଥିଲେ। ସିନ୍ଦେଙ୍କ ଶିବିରରେ ଶିବସେନାର ୩୯ ଜଣ ବିଧାୟକ ଅଛନ୍ତି ଏବଂ ସେମାନେ ହିଁ ପ୍ରକୃତ ଶିବସେନା।

ତେବେ ଶୁକ୍ରବାର ଦିନ ଉଦ୍ଧବ ଠାକରେ ସ୍ପଷ୍ଟ କରିଥିଲେ ଯେ ଏକନାଥ ସିନ୍ଦେ ଶିବସେନାର ମୁଖ୍ୟମନ୍ତ୍ରୀ ନୁହଁନ୍ତି। ସାମ୍ପ୍ରତିକ ପରିସ୍ଥିତିରେ ଉଦ୍ଧବ ଠାକରେଙ୍କ କ୍ୟାମ୍ପରେ ମାତ୍ର ୧୬ ଜଣ ବିଧାୟକ ଅଛନ୍ତି।

ଏକନାଥ ସିନ୍ଦେଙ୍କୁ ଜୁଲାଇ ୪ ରେ ବିଧାନସଭାରେ ସଂଖ୍ୟାଗରିଷ୍ଠତା ପ୍ରମାଣ ଦେବେ। ବିଧାନସଭାରେ ଆମେ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବୁ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ସିନ୍ଦେ କହିଛନ୍ତି, ଆମ ପାଖରେ ୧୭୦ ଜଣ ବିଧାୟକ ଅଛନ୍ତି (ବିଜେପି ସମେତ) ଏବଂ ଏହି ସଂଖ୍ୟା ବୃଦ୍ଧି ପାଉଛି। ବିଧାନସଭାରେ ଆମର ସଂଖ୍ୟାଗରିଷ୍ଠତା ରହିଛି। ଆମେ ଯାହା ସବୁ ନିଷ୍ପତ୍ତି ନେବୁ ତାହା ମହାରାଷ୍ଟ୍ରର ସ୍ୱାର୍ଥକୁ ଦୃଷ୍ଟିରେ ରଖି ନେବୁ ।

Comments are closed.