ଘରେ ବସି ଅନଲାଇନ୍‌ରେ ପାଠ ପଢାଇପାରିବେ ଦୃଷ୍ଟିହୀନ ଅଧ୍ୟାପକ

ଭୁବନେଶ୍ୱର : ଦୃଷ୍ଟିହୀନ ଅଧ୍ୟାପକମାନେ ଏଣିକି ଘରେ ବସି ଅନଲାଇନ୍ କ୍ଲାସ ନେଇପାରିବେ । ଏଥିପାଇଁ ଓଡିଶା ସରକାର ଅନୁମତି ଦେଇଛନ୍ତି । ସ୍ୱାଭାବିକ ସ୍ଥିତି ଫେରିବା ପଯ୍ୟ ର୍ନ୍ତ ଦୃଷ୍ଟିହୀନ ଅଧ୍ୟାପକମାନେ ଘରୁ ଅନଲାଇନ୍ କ୍ଲାସ ନେଇପାରିବେ ।

ଅନଲାଇନ୍ କ୍ଲାସ ନେବା ପାଇଁ ସେମାନଙ୍କୁ ଆଉ କଲେଜ ଯିବାକୁ ପଡିବ ନାହିଁ । ଏ ବାବଦରେ ଉଚ୍ଚଶିକ୍ଷା ବିଭାଗ ଅଧିନରେ ଆସୁଥିବା ରାଜ୍ୟର ସମସ୍ତ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ବିଭାଗୀୟ ସଚିବ ଚିିଠି ଲେଖିଛନ୍ତି ।

Comments are closed.