ଭୁବନେଶ୍ୱର : ବିଜେପିର ଓଡିଶା ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ ବୋଧହୁଏ ଜାଣିନାହାନ୍ତି ଯେ , ମାହାଙ୍ଗା ହତ୍ୟାକାଣ୍ଡ ଘଟଣାର ଅଭିଯୁକ୍ତ ମାନଙ୍କୁ ଅପରାଧ ଘଟିବାର ୪୮ଘଣ୍ଟା ମଧ୍ୟରେ ଗିରଫ କରାଯାଇ ସାରିଛି । ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ମୁଖ୍ୟ ଅଭିଯୁକ୍ତ ରହିଛି ଯିଏ କି ନିଜେ ଅସ୍ତ୍ର ଦ୍ଵାରା ଆଘାତ କରିଛି । ବିଜେପିର ଓଡିଶା ପ୍ରଭାରୀଙ୍କୁ ଜବାବ ଦେଇ ଏହା କହିଛନ୍ତି ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ଡ. ସସ୍ମିତ ପାତ୍ର ।
ପାତ୍ର କହିଛନ୍ତି ଯେ , ବିଜେଡି ସରକାର ହିଂସାକାଣ୍ଡ କ୍ଷେତ୍ରରେ ଶୂନ୍ୟ ସହନଶୀଳତା ନୀତି ଗ୍ରହଣ କରିବା ସହିତ ଅପରାଧିଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାଏ । ଯାହାକୁ ଓଡ଼ିଶାବାସୀ ପସନ୍ଦ କରିବା ସହିତ ପଞ୍ଚମଥର ପାଇଁ ବିଜେଡି ହାତରେ ରାଜ୍ୟ ଶାସନର ଡୋରି ଧରାଇଛନ୍ତି । ହେଲେ ବିଜେପିର ଓଡିଶା ପ୍ରଭାରୀ ଏ ସଂକ୍ରାନ୍ତରେ ଅବଗତ ନାହାନ୍ତି । ମାହାଙ୍ଗା ହତ୍ୟାକାଣ୍ଡ ଘଟଣାରେ ଦୋଷୀଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ସହିତ ପୀଡିତ ପରିବାରକୁ ନିଶ୍ଚିତ ନ୍ୟାୟ ପ୍ରଦାନ କରାଯିବ । ବିଜେଡି ସରକାର ଏଥିପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ପାତ୍ର କହିଛନ୍ତି ।
Comments are closed.