ରାଜ୍ୟରେ କୋଭିଡ ଟିକାକରଣ ଡ୍ରାଏ ରନ ଆରମ୍ଭ

ଭୁବନେଶ୍ୱର-ଆଜିଠାରୁ ରାଜ୍ୟର ୩୦ଟି ଜିଲ୍ଲା ମୁଖ୍ୟ ଡାକ୍ତରଖାନା ସହ ଭୁବନେଶ୍ୱର କ୍ୟାପିଟାଲ ହସପିଟାଲରେ ପ୍ରାକ୍ –ଟିକାକରଣ ଅଭ୍ୟାସ ବା ଡ୍ରାଏ ରନ୍ ଆରମ୍ଭ ହୋଇଛି ।

ରାଜ୍ୟରେ ୩୧ଟି ପଏଂଟରେ ସ୍ୱାସ୍ଥ୍ୟକର୍ମୀଙ୍କୁ ଡମି ଟିକା ଦିଆଯାଇ ଡ୍ରାଏ ରନ୍ ଆରମ୍ଭ ହୋଇଛି । କୋରୋନା ଟିକା ଆସିଲେ କିପରି କୋଲ୍ଡ ଚେନ୍‌ର ବ୍ୟବହାର ହେବ ସେ ନେଇ ରାଜ୍ୟରେ ପ୍ରସ୍ତୁତି ହୋଇଛି ।

ପ୍ରତି ପଏଂଟରେ ୫ ଜଣ ଭ୍ୟାକ୍ସିନେଟର ରହିବା ସହ ୨୫ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ନେଇ ଟମି ଟିକାକରଣ କରାଯିବ । ଏହି ଡ୍ରାଏରନ୍ ପାଇଁ ତିନିଟି କକ୍ଷ ରହିବ । ଟିକା ନେବାକୁ ଆସୁଥିବା ଲୋକଙ୍କ ପ୍ରଥମେ ରେଜିଷ୍ଟ୍ରେସନ ଓ ପରିଚୟ ଯାଂଚ କରାଯିବ । ଏହାପରେ ସଂପୃକ୍ତ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ଯାଂଚ କରାଯାଇ ଟିକା ଦିଆଯାଉଥିବା ରୁମ୍‌କୁ ପଠାଯିବ । ଟିକା ଦିଆଗଲା ପରେ ତାଙ୍କୁ ଅବଜରଭେସନ ଗୃହରେ ଅଧଘଂଟା ରଖାଯିବ । ୨ ଜଣ ସ୍ୱାସ୍ଥ୍ୟ ଅଧିକାରୀ ତାଙ୍କ ଉପରେ ନଜର ରଖିବେ । ପାଶ୍ୱର୍ ପ୍ରତିକ୍ରିୟା ଦେଖାଦେଲେ, ତୁରନ୍ତ ତାଙ୍କର ଚିକିତ୍ସା ବ୍ୟବସ୍ଥା କରାଯିବ ।

Comments are closed.