ଅଗଷ୍ଟ ମାସର ସ୍ଥିତିକୁ ଦେଖି ସ୍କୁଲ୍ ଖୋଲିବା ନେଇ ନିଷ୍ପତ୍ତି ନିଆଯିବ: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: କରୋନା ପାଇଁ ଏବେ ସବୁଠି ଭୟର ମାହୋଲ । କରୋନା ସଂକ୍ରମଣ ଭୟ ପାଇଁ ପୂର୍ବରୁ ସ୍କୁଲ, କଲେଜ ସହ ପରୀକ୍ଷା ମଧ୍ୟ ବନ୍ଦ କରାଯାଇଥିଲା । କରୋନା ପରିସ୍ଥିତି ସୁଧୁରିବା ପରେ ପରୀକ୍ଷା କରାଯିବା ନେଇ ବ୍ୟବସ୍ଥା କରାଯାଇଥିଲା । ତେବେ ପରିସ୍ଥିତି ସୁଧୁରିବା ପରିବର୍ତ୍ତେ ବିଗିଡ଼ିବାରେ ଲାଗିଛି । ଏବେ ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଉଛି । ଏହାକୁ ଦୃଷ୍ଟିରେ ରଖି ଅଧିକାଂଶ ପରୀକ୍ଷାକୁ ବାତିଲ କରିଦିଆଯାଇଛି ।

ପିଲାଙ୍କ ପାଠ ପଢାକୁନେଇ ଅଭିଭାବକଙ୍କ ଚିନ୍ତା ବିଢିଥିବା ବେଳେ ଆଜି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏନେଇ ମତାମତ ରଖିଛନ୍ତି । ସେ ନିଜ ପ୍ରତିକ୍ରିୟା ରେ କହିଛନ୍ତି ସିବିଏସଇ ନବମରୁ ଦଶମ ଶ୍ରେଣୀ ପାଠ୍ୟକ୍ରମ ୩୦ ପ୍ରତିଶତ ହ୍ରାସ ପ୍ରସଙ୍ଗକୁ ବିଚାର କରାଯିବ । ଖାଲି ୩୦ ପ୍ରତିଶତ ନୁହେଁ ତା ଠାରୁ ଅଧିକ ପାଠ୍ୟକ୍ରମ ବି ହ୍ରାସ ହୋଇପାରେ । ଅଗଷ୍ଟ ମାସର ସ୍ଥିତିକୁ ଦେଖି ସ୍କୁଲ୍ ଖୋଲିବା ନେଇ ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । ସ୍କୁଲ୍ ଖୋଲିବା ଦିନକୁ ଆଧାର କରି କେତେ ପ୍ରତିଶତ ପାଠ ପଢାଯିବ ସେ ନେଇ ମଧ୍ୟ ନିଷ୍ପତ୍ତି ନିଆଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି ।

Comments are closed.