ଅନୁମତି ପାଇବା ପାଇଁ ଫାଇଜରକୁ ନିଜ ଟିକାର ଭାରତରେ ଟ୍ରାଏଲ କରିବାକୁ ପଡିବ

ନୂଆଦିଲ୍ଲୀ – ଭାରତରେ ଜରୁରୀ ବ୍ୟବହାର ପାଇଁ ଏଯାବତ୍ ଦୁଇଟି କରୋନା ଟିକାକୁ ଅନୁମତି ମିଳିଛି । ଅକ୍ସଫୋର୍ଡର ‘କୋଭିସିଲ୍ଡ’ ଓ ଭାରତ ବାୟୋଟେକର ‘କୋଭାକ୍ସିନ’କୁ ହିଁ ଭାରତ ଔଷଧ ନିୟନ୍ତ୍ରକ ଅନୁମତି ଦେଇଛନ୍ତି । ଭାରତରେ ନିଜ ଟିକାର ଜରୁରୀ ବ୍ୟବହାର ପାଇଁ ଆମେରିକୀୟ କମ୍ପାନୀ ଫାଇଜର ମଧ୍ୟ ଅନୁମତି ଲୋଡିଥିଲା । ତେବେ ଏହି କମ୍ପାନୀର ଆବେଦନ ଉପରେ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ । ଅନୁମତି ପାଇବା ପାଇଁ ଫାଇଜରକୁ ପ୍ରଥମେ ନିଜ ଟିକାର ଟ୍ରାଏଲ ଭାରତରେ କରିବାକୁ ପଡିବ ବୋଲି ଜଣେ ସରକାରୀ ଅଧିକାରୀ କହିଛନ୍ତି । ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସ୍‌ଆଇଆ) ପ୍ରାୟ ୧୫୦୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ନେଇ ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ଟିକାର ଟ୍ରାଏଲ୍ କରିଥିଲା । ଉକ୍ତ ଟ୍ରାଏଲ ତଥ୍ୟ ଭିତ୍ତିରେ ଏହି ଟିକାକୁ ଅନୁମତି ଦିଆଯାଇଥିଲା । ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ଟିକା ସହ ଭାରତ ବାୟୋଟେକର ‘କୋଭାକ୍ସିନ’କୁ ମଧ୍ୟ ଅନୁମତି ମିଳିଛି । ହେଲେ ଏହି ଟିକାର ତୃତୀୟ ପର୍ଯ୍ୟାୟ ଟ୍ରାଏଲ ନ ସରିବା ପୂର୍ବରୁ ଏହାକୁ ଅନୁମୋଦନ କରାଯାଇଥିବା  ଅଭିଯୋଗ ହୋଉଛି ।

ବିନା ଟ୍ରାଏଲରେ ଭାରତରେ ନିଜ ଟିକାର ବିତରଣ ଓ ବ୍ୟବହାର ପାଇଁ ଅନୁମତି ଚାହୁଁଛି ଫାଇଜର । ଉଲ୍ଲେଖଯେଗ୍ୟ ଯେ, ଫାଇଜର ପ୍ରଥମ କମ୍ପାନୀ ଭାବେ ଭାରତରେ ଜରୁରୀ ବ୍ୟବହାର ପାଇଁ ଅନୁମତି ମାଗିଥିଲା । କିନ୍ତୁ ଭାରତରେ ନିଜ ଟିକାର ଟ୍ରାଏଲ୍ କରିନଥିବାରୁ ଫାଇଜରକୁ ଅନୁମତି ମିଳୁନଥିବା ଜଣାପଡିିଛି । ଭାରତୀୟ ନିୟମାନୁସାରେ ଟିକା କେତେ ସୁରକ୍ଷିତ ଓ ପ୍ରଭାବୀ ସେନେଇ ପ୍ରଥମେ ତାହାର ଟ୍ରାଏଲ୍ ହେବା ଜରୁରୀ । ସଫଳ ଟ୍ରାଏଲ୍ ପରେ ସମ୍ପୃକ୍ତ ଟିକାକୁ ମଞ୍ଜୁରି ପ୍ରଦାନ କରିବା ଉପରେ ବିଚାର କରାଯାଇଥାଏ । ତେବେ ନୂଆ ଡ୍ରଗ୍ସ ଓ କ୍ଲିନିକାଲ ଟ୍ରାଏଲ ନିୟମ, ୨୦୧୯ ଅନୁସାରେ କିଛି ନିିର୍ଦ୍ଦିଷ୍ଟ କ୍ଷେତ୍ରରେ ଟିକା ଟ୍ରାଏଲ୍ କୋହଳ କରାଯାଇ ପାରିବ ।

Comments are closed.