‘ଅପରାଜିତା ନିଖୋଜ’ ପୋଷ୍ଟର ମରା ଗଣ୍ଡଗୋଳ ଘଟଣାରେ ସାଂସଦଙ୍କ ପିଏ ସମେତ ଦୁଇ ଗିରଫ

ଭୁବନେଶ୍ୱର- ଭୁବନେଶ୍ୱର ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ନିଖୋଜ ବୋଲି ରାଜଧାନୀରେ ବିଭିନ୍ନ ସ୍ଥାନରେ ପୋଷ୍ଟର ମରା ଘଟଣାକୁ ନେଇ ଗଣ୍ଡଗୋଳ ମାମଲାରେ ପଛରେ ସାଂସଦଙ୍କ ପିଏଙ୍କ ସମେତ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ପୋଷ୍ଟର ମରା ଘଟଣାକୁ ନେଇ ଗଣ୍ଡଗୋଳ ଆରମ୍ଭ ହେଲା ପରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ଗିରଫଙ୍କ ମଧ୍ୟରୁ ଜଣେ ଧନେଶ୍ୱର ବାରିକ ଅପରାଜିତାଙ୍କ ପିଏ ହୋଇଥିବା ବେଳେ ଅନ୍ୟଜଣେ ଜ୍ୟୋତିରଂଜନ ପଣ୍ଡା ମଧ୍ୟ ସାଂସଦଙ୍କ ଏକାନ୍ତ ଅନୁଗତ ବୋଲି କୁହାଯାଉଛି । ଗତକାଲି ବିଳମ୍ବିତ ରାତିରେ କିଛି ଯୁବକ ପୋଷ୍ଟର ମାରୁଥିବା ବେଳେ ଏହି ଦୁଇ ଜଣ ସେମାନଙ୍କୁ ମାରପିଟ କରିଥିଲେ । ସେପଟେ ଅପରାଜିତା ଷଡଙ୍ଗୀ କହିଛନ୍ତି ଯେ, ସଂସଦର ଅଧିବେଶନ ପାଇଁ ସେ ଦିଲ୍ଲୀରେ ଅଛନ୍ତି । ଭୁବନେଶ୍ୱର ତାଙ୍କୁ ମିସ୍ କରୁଥିବାରୁ ସେ ଖୁସି ।

Comments are closed.