ଅର୍ଣ୍ଣବ ଗୋସ୍ୱାମୀଙ୍କ ବିରୋଧରେ ମାନହାନି ମାମଲା ଦାୟର କଲେ ମୁମ୍ବାଇ ଡିସିପି

ମୁମ୍ବାଇ – ମୁମ୍ବାଇ ଡିସିପି ଅଭିଷେକ ତ୍ରିମୁଖେ ରିପବ୍ଲିକ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କ ସମେତ ତାଙ୍କ ପତ୍ନୀ ସାମ୍ୟବ୍ରତା ରାୟ ଗୋସ୍ୱାମୀ ଏବଂ ଉଭୟଙ୍କ ମାଲିକାନାରେ ଥିବା ଏଆରଜି ଆଉଟିଲିୟର ମିଡିଆ ପ୍ରାଇଭେଟ୍ ଲିମିଟେଡ୍ ବିରୋଧରେ ଆପରାଧିକ ମାନହାନି ମାମଲା ରୁଜୁ କରିଛନ୍ତି । ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ତଦନ୍ତ ନେଇ ଅର୍ଣ୍ଣବ ତାଙ୍କ ବିରୋଧରେ ଅପମାନଜନକ ଟିପ୍ପଣୀ କରିଥିଲେ ବୋଲି ଡିସିପି ଅଭିଷେକ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି । ଅଭିଷେକ ମୁମ୍ବାଇ ଜୋନ୍‌-୯ର ଡିସିପି ଅଛନ୍ତି ।

ଶୁସାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାର ତଦନ୍ତ ପ୍ରଥମେ ବାନ୍ଦ୍ରା ପୋଲିସ କରିଥିଲା । ଜୁନ୍ ୧୪ରେ ବାନ୍ଦ୍ରା ସ୍ଥିତ ତାଙ୍କ ବାସଭବନରୁ ସୁଶାନ୍ତଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା ।

ସରକାରୀ ଓକିଲଙ୍କ ମାଧ୍ୟମରେ ଅର୍ଣ୍ଣବଙ୍କ ବିରୋଧରେ ଦାୟର ହୋଇଥିବା ମାନହାନି ମାମଲାରେ ଅଭିଷେକ ଅଭିଯୋଗ କରିଛନ୍ତି ଯେ, ଭିତ୍ତିହୀନ ଓ ମିଥ୍ୟା ଖବର ପ୍ରକାଶ କରି ଅର୍ଣ୍ଣବ ତାଙ୍କ ଚରିତ୍ର ସଂହାର କରିଛନ୍ତି । ଅର୍ଣ୍ଣବ ଜାଣିଶୁଣି ତାଙ୍କର ଓ ମୁମ୍ବାଇ ପୋଲିସର ଛବି ଖରାପ କରୁଛନ୍ତି ।

Comments are closed.