ଠକେଇ ମାମଲାରେ ଜେରା ପାଇଁ ଆଜି ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ବ୍ରହ୍ମପୁର ଅଣାଯିବ

ବ୍ରହ୍ମପୁର – ବ୍ରହ୍ମପୁର ଏସଡିଜେଏମ୍ କୋର୍ଟରେ ଆଜି ହାଜର ହେବେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଦୁଇ ପୋଲିସ ଅଧିକାରୀ ଓ ଏସକର୍ଟ ଟିମ୍ ଆଜି ଝାରପଡା ଜେଲ ଯାଇ ପ୍ରଦୀପଙ୍କୁ ବ୍ରହ୍ମପୁର ଆଣିବେ । ତାଙ୍କୁ କୋର୍ଟରେ ହାଜର କରାଯିବ । ସୂଚନା ଅନୁସାରେ ପ୍ରଦୀପଙ୍କୁ ରିମାଣ୍ଡରେ ନେଇପାରେ ପୋଲିସ । ଟାଟା ନିଯୁକ୍ତି ଠକେଇ ନେଇ ପ୍ରଦୀପଙ୍କ ବିରୋଧରେ ଗୋଳନ୍ଥରା ଥାନାରେ ଏକାଧିକ ମାମଲା ରହିଛି । ତାଙ୍କୁ ଜେରା ପାଇଁ ବ୍ରହ୍ମପୁର ଅଣାଯାଉଛି । ତାଙ୍କୁ ରିମାଣ୍ଡରେ ନେବା ପାଇଁ ଗୋଳନ୍ଥରା ଥାନା ପୋଲିସ ଆବେଦନ କରିପାରେ । ଜନବିରୋଧୀ କାର୍ଯ୍ୟପାଇଁ ପ୍ରଦୀପଙ୍କୁ ବିଜେଡିକୁ ବହିଷ୍କାର କରାଯାଇଛି ।

Comments are closed.