ଆଜିଠାରୁ ସିନିୟର ଆନ୍ତଃଜିଲ୍ଲା ଟି-୨୦ ଲିଗ୍

କଟକ- ଆଜିଠାରୁ ସିନିୟର ଆନ୍ତଃଜିଲ୍ଲା ଟି-୨୦ ଲିଗ୍ ଆରମ୍ଭ ହେଉଛି । ଏହି ପ୍ରତିଯୋଗିତା ଡିସେମ୍ବର ୨୨ ତାରିଖ ଯାଏଁ ଖେଳାଯିବ । ଏ ନେଇ ଓସିଏ ସଂପାଦକ ସଂଜୟ ବେହେରା ଘୋଷମା କରିଛନ୍ତି । ପ୍ରତିଯୋଗିତାରେ ୩୭ଟି ଦଳ ଭାଗ ନେବେ । ବିନା ଦର୍ଶକକରେ କୋଭିଟ କଟକଣା ପାଳନ ସହ ୨ଟି ଜୋନରେ ସମସ୍ତ ମ୍ୟାଚ୍ ଖେଳାଯିବ । କଟକ ଓ ଭୁବନେଶ୍ୱର ମ୍ୟାଚ ସବୁ ଖେଳାଯିବ । କୋଭିଡ ଟେଷ୍ଟ କରି ଖେଳାଳିଙ୍କୁ ଖେଳିବା ପାଇଁ ଅନୁମତି ଦିଆଯାଇଥିବା ଓସିଏ ସଂପାଦକ କହିଛନ୍ତି । ଏହି ଟୁର୍ଣ୍ଣାମେଂଟରେ ପ୍ରଦର୍ଶନ ଆଧାରରେ ଓସିଏଲ୍ ଓ ସୟଦ ମୁସ୍ତାକ ଅଲ୍ଲୀ ଟି-୨୦ ପ୍ରତିଯୋଗିତା ପାଇଁ ଓଡିଶା ଦଳ ଚୟନ କରାଯିବ ।

Comments are closed.