କରୋନା ଅପଡେଟ୍: ନିୟନ୍ତ୍ରଣରେ କରୋନା ସଂକ୍ରମଣ, ଦେଶରେ ଆଉ ୨୭ ହଜାର ନୂଆ ରୋଗୀ

ନୂଆଦିଲ୍ଲୀ – ଦେଶରେ କରୋନା ସଂକ୍ରମଣ ନିୟନ୍ତ୍ରଣରେ ରହିଛି । ଗତ ସାତ ଦିନ ଧରି ଦୈନିକ ସଂକ୍ରମିତ ୪୦ ହଜାରରୁ କମ୍ ରହୁଛି । ଗତ ୨୪ ଘଣ୍ଟାରେ ଦେଶରେ ଆଉ ୨୭,୦୭୧ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ସପ୍ତାହକ ଭିତରେ ଦ୍ୱିତୀୟଥର ଦୈନିକ ମାମଲା ୩୦ ହଜାରରୁ କମ୍ ରହିଛି । ଏଥିସହ ଦେଶରେ ମୋଟ ସଂକ୍ରମିଙ୍କ ସଂଖ୍ୟା ୯୮ ଲକ୍ଷ ୮୪ ହଜାରକୁ ବୃଦ୍ଧି ପାଇଛି । ଦିନକରେ ଏହି ରୋଗରେ ଆଉ ୩୩୬ ଜଣଙ୍କ ଜୀବନ ଯାଇଛି । ଏହାକୁ ମିଶାଇ ମୋଟ ମୃତକଙ୍କ ସଂଖ୍ୟା ୧ ଲକ୍ଷ ୪୩ ହଜାର ୩୫୫ ହୋଇଛି । ଗତ ୨୪ ଘଣ୍ଟାରେ ଆଉ ୩୦୬୯୫ ଜଣ ଲୋକ ଆରୋଗ୍ୟ ଲାଭ କରିଛନ୍ତି । ବର୍ତ୍ତମାନ ସୁଦ୍ଧା କୋରନାରୁ ୯୩ ଲକ୍ଷ ୮୮ ହଜାର ଲୋକ ସୁସ୍ଥ ହୋଇଛନ୍ତି । ଏବେ ଦେଶରେ ମୋଟ ସକ୍ରିୟ ମାମଲା ତଥା ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ମଧ୍ୟ କମିବାରେ ଲାଗିଛି । ଦେଶରେ ଏବେ କେବଳ ୩ ଲକ୍ଷ ୫୨ ହଜାର ସକ୍ରିୟ ମାମଲା ରହିଛି ।

Comments are closed.