ପାଠକ ବାପ-ପୁଅଙ୍କ ବିରୋଧରେ ଗୋଳନ୍ଥରା ଥାନାରେ ୩ ନୂଆ ମାମଲା, ଜେରା ପାଇଁ ଅଣାଯିବ ବ୍ରହ୍ମପୁର

ବ୍ରହ୍ମପୁର- ଠକେଇ ମାମଲାରେ ପାଠକ ବାପ-ପୁଅଙ୍କ ନାଁରେ ରୁଜୁ ହୋଇଛି ଆଉ ତିନିଟି ମାମଲା । ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନାରେ ଏସବୁ ମାମଲା ରୁଜୁ ହୋଇଛି । ଏବେ ଅଭୟକାନ୍ତ ଓ ଆକାଶ ପାଠକଙ୍କୁ ନୂଆ ତିନିଟି ମାମଲାରେ ରିମାଣ୍ଡରେ ଅଣାଯିବ । ଆସନ୍ତାକାଲି ପାଠକ ବାପ-ପୁ୍‌ଅଙ୍କୁ ବ୍ରହ୍ମପୁର ଏସଡିଜେଏମ କୋର୍ଟରେ ହାଜର କରାଯିବା ସମ୍ଭାବନା ରହିଛି । ପୂର୍ବରୁ ଗୋଳନ୍ଥରା ଥାନାରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ବି ମାମଲା ରୁଜୁ ହୋଇଥିଲା । ତାଙ୍କୁ ତିନି ଦିନ ପାଇଁ ବ୍ରହ୍ମପୁର ଅଣାଯାଇ ଜେରା କରାଯାଇଥିଲା ।ା

Comments are closed.