ଆମକୁ କଡ଼ା ନିଷ୍ପତ୍ତି ନେବାକୁ ବାଧ୍ୟ କରନାହିଁ, ଅକ୍ସିଜେନ ସଙ୍କଟ ନେଇ ପୁଣି କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

ନୂଆଦିଲ୍ଲୀ: ଜାତୀୟ ରାଜଧାନୀର ବିଭିନ୍ନ ହସ୍ପିଟାଲରେ ଅକ୍ସିଜେନ ସଙ୍କଟର ସମାଧାନ କରିବାରେ କେନ୍ଦ୍ର ବିଫଳ ହୋଇଛି । ଏନେଇ ସୁପ୍ରିମକୋର୍ଟ ଆଜି ପୁଣିଥରେ କେନ୍ଦ୍ର ସରକାର ଉପରେ ବର୍ଷିଛନ୍ତି । ଏହି ପ୍ରସଙ୍ଗରେ କଡ଼ା ନିଷ୍ପତ୍ତିି ନେବାକୁ ଆମକୁ ବାଧ୍ୟ କରନାହିଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ରକୁ ଚେତାବନୀ ଦେଇଛନ୍ତି ।

ଦିଲ୍ଲୀରେ ଅକ୍ସିଜେନ ସଙ୍କଟ ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା । ଦିଲ୍ଲୀକୁ ପ୍ରତିଦିନ ୭୦୦ ମେଟ୍ରିକ୍ ଟନ୍ ଅକ୍ସିଜେନ ଆବଶ୍ୟକ ହେଉଛି । କିନ୍ତୁ କେନ୍ଦ୍ର ରାଜଧାନୀର ଆବଶ୍ୟକତା ମେଣ୍ଟାଇ ପାରୁନାହିଁ । ଦିଲ୍ଲୀ ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ, ଅଦାଲତଙ୍କ ଆଦେଶ ସତ୍ତ୍ୱେ ପ୍ରତିଦିନ ରାଜଧାନୀକୁ ୭୦୦ ମେଟ୍ରିକ୍ ଟନ୍ ଅକ୍ସିଜେନ୍ ଯୋଗାଣ ନିଶ୍ଚିତ ହୋଇପାରି ନାହିଁ । ଏନେଇ ସୁପ୍ରିମକୋର୍ଟ କେନ୍ଦ୍ରକୁ ପ୍ରତିଦିନ ଦିଲ୍ଲୀକୁ ୭୦୦ ମେଟ୍ରିକ୍ ଟନ୍ ଅକ୍ସିଜେନ୍ ଯୋଗାଇବାକୁ ନିର୍ଦ୍ଦେଶ ଦେଇଥିଲେ । କୋର୍ଟ କହିଥିଲେ ଯେ, ଆମକୁ ସନ୍ତୁଷ୍ଟ କରିବା ପାଇଁ କେବଳ ଗୋଟିଏ ଦିନ ଦିଲ୍ଲୀକୁ ୭୦୦ ମେଟ୍ରିକ୍ ଟନ୍ ଅକ୍ସିଜେନ୍ ଯୋଗାଇ ହାତବାନ୍ଧି ବସିଯାଅ ନାହିଁ । ଯେ ପର୍ଯ୍ୟନ୍ତ ଦିଲ୍ଲୀର ଅକ୍ସିଜେନ ଅଭାବ ଦୂର ନ ହୋଇଛି ସେ ପର୍ଯ୍ୟନ୍ତ ୭୦୦ ମେଟ୍ରିକ୍ ଟନ୍ ଯୋଗାଇବା ବ୍ୟବସ୍ଥା କର । ଆମକୁ କଡ଼ା ନିଷ୍ପତ୍ତି କରିବାକୁ ବାଧ୍ୟ କରନାହିଁ ବୋଲି କେନ୍ଦ୍ର ପକ୍ଷରୁ ପ୍ରତିିନିଧିତ୍ୱ କରୁଥିବା ସଲିସିଟର ଜେନେରାଲ ତୁଷାର ମେହେଟାଙ୍କୁ କୋର୍ଟ କହିଥିଲେ ।

Comments are closed.