ଆସନ୍ତାମାସ ୩ ତାରିଖରୁ ଖୋଲିବ ସମଲେଶ୍ୱରୀ ମନ୍ଦିର, ପ୍ରଥମ ୫ ଦିନ ସମ୍ବଲପୁରବାସୀଙ୍କ ପାଇଁ ଦର୍ଶନ ସୁଯୋଗ

ସମ୍ବଲପୁର – ଜାନୁଆରୀ ୩ ତାରିଖରୁ ସମ୍ବଲପୁରର ପ୍ରସିଦ୍ଧ ସମଲେଶ୍ୱରୀ ଦେବୀଙ୍କ ମନ୍ଦିର ଖୋଲିବ । ମନ୍ଦିର ଖୋଲିବା ଓ ଦର୍ଶନ ବ୍ୟବସ୍ଥା ନେଇ ଜିଲ୍ଲା ପ୍ରଶାସନ ଏସଓପି ଜାରି କରିଛି । ଜାନୁଆରୀ ୩ରୁ ୭ ତାରିଖ ଯାଏଁ ସମ୍ବଲପୁରବାସୀ ମାଆ ସମଲେଶ୍ୱରୀଙ୍କ ଦର୍ଶନ କରିପାରିବେ । ୮ ତାରିଖରୁ ସର୍ବସାଧାରଣ ମାଆଙ୍କ ଦର୍ଶନ କରିପାରିବେ ।

ଜିଲ୍ଲା ପ୍ରଶାସନର ଏସଓପି ଅନୁସାରେ ଦର୍ଶନ ପାଇଁ ସ୍ଥାନୀୟ ବାସିନ୍ଦାଙ୍କୁ ପରିଚୟପତ୍ର ବାଧ୍ୟତାମୂଳକ କରାଯାଇଛି । ସମ୍ବଲପୁରରେ ରହୁଥିବା କର୍ମଜୀବୀ ମଧ୍ୟ ମାଆଙ୍କ ଦର୍ଶନ କରିପାରିବେ । ଶିଶୁ ଓ ବୟସ୍କ ଲୋକଙ୍କୁ ମନ୍ଦିର ନ ଆସିବାକୁ ଅନୁରୋଧ କରାଯାଇଛି । ଏକାସଙ୍ଗେ ୫ ଜଣ ଭକ୍ତଙ୍କୁ ମନ୍ଦିର ଭିତରେ ପ୍ରବେଶ ପାଇଁ ଅନୁମତି

Comments are closed.