ରାଜ୍ୟରେ ହ୍ରାସ ପାଇବାରେ ଲାଗିଛି ଦୈନିକ କୋରୋନା ସଂକ୍ରମିତଙ୍କ ସଂଖ୍ୟା, ୨୪ ଘଂଟାରେ ୨୫୦ରୁ କମ୍ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୨୩୪ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ କିଛିଦିନ ହେଲା ରାଜ୍ୟରେ ଦୈନିକ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଶହରୁ ଅଧିକ ରହୁଥିଲା । ୨୩୪ ନୂଆ ମାମଲା ମଧ୍ୟରୁ ସଂଗରୋଧରୁ ୧୩୬ ଓ ସ୍ଥାନୀୟ ଅଂଚଳରୁ ୯୮ ଚିହ୍ନଟ ହୋଇଛନ୍ତି । ଅନୁଗୁଳ ଜିଲ୍ଲାରୁ ସର୍ବାଧିକ ୩୬, ସୁନ୍ଦରଗଡରୁ ୨୮, ଖୋର୍ଦ୍ଧାରୁ ୨୫, ମୟୂରଭଞ୍ଜରୁ ୧୭, ଯାଜପୁରରୁ ୧୬, ଝାରସୁଗୁଡାରୁ ୧୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାରୁ ୪ ଓ ପୁରୀରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୮ ହଜାର ୭୩୮କୁ ବୃଦ୍ଧି ପାଇଛି । ଏଥିମଧ୍ୟରୁ ୩ ଲକ୍ଷ ୨୪ ହଜାର ୬୮ ଜଣ ସୁସ୍ଥ ହୋଇଛନ୍ତି । ୨ ହଜାର ୭୫୩ ଜଣ ରୋଗୀ ସୁସ୍ଥ ହୋଇସାରିଲେଣି ।

Comments are closed.