ଆସାମ: ନଷ୍ଟ ହୋଇଗଲା ୧୦୦୦ କୋଭିସିଲ୍ଡ ଟିକା

ଗୁଆହାଟୀ – ଆସାମ ଚାଚର ଜିଲ୍ଲାରେ ଏକ ସ୍ୱାସ୍ଥ୍ୟକେନ୍ଦ୍ରରେ ଟିକାକରଣ ପାଇଁ ରଖାଯାଇଥିବା ୧୦୦୦ କୋଭିସିଲ୍ଡି ଟିକା ନଷ୍ଟ ହୋଇଯାଇଛି । ସ୍ଥାନୀୟ ସିଲଚର ମେଡିକାଲ କଲେଜ ଓ ହସ୍ପିଟାଲ (ଏମ୍‌ଏମ୍‌ସିଏଚ୍‌)ରେ ଶୂନ ଡିଗ୍ରୀ ସେଲ୍‌ସିୟସରୁ କମ୍ ତାପମାତ୍ରାରେ ଟିକା ରଖାଯାଇଥିଲା । ଯାହା ଫଳରେ କୋଭିସିଲ୍ଡର ୧୦୦ ଶିଶି ବରଫ ପାଲଟି ଯାଇଥିଲା ।

ସେରମ୍ ଇନଷ୍ଟିଚ୍ୟୁଟ୍ ଦ୍ୱାରା ପ୍ରସ୍ତୁତ ‘କୋଭିସିଲ୍ଡି’ ଟିକାକୁ ୨ରୁ ୮ ଡିଗ୍ରୀ ସେଲସିୟସ୍ ତାପମାତ୍ରାରେ ରଖାଯିବା ଉଚିତ । କିନ୍ତୁ ଏମ୍‌ଏମ୍‌ସିଏଚ୍‌ରେ ଟିକା ଶୂନ ଡିଗ୍ରୀ ତାପମାତ୍ରାରେ ରଖାଯାଇଥିଲା । ଫଳରେ ଏହି ଟିକାର ୧୦୦୦ ଡୋଜ୍ ଅଦରକାରୀ ହୋଇଯାଇଛି । ଟିକାର ୧୦୦ ଶିଶି ବରଫ ପାଲଟି ଯାଇଥିବା ଜଣେ ସ୍ୱାସ୍ଥ୍ୟକର୍ମୀ କହିଛନ୍ତି । ସେ କହିଛନ୍ତି ଯେ, ଟିକା ଶିଶି ଗୁଡିକୁ ଆଇସ ଲାଇନ୍‌ଡ ରେଫ୍ରିଜେରେଟରରେ ରଖାଯାଇଥିଲା । ଆଇସ୍ ଲାଇନ୍‌ଡ ରେଫ୍ରିଜେରେଟର ସାଧାରଣତଃ ଟିକା ଓ ଅନ୍ୟ ଔଷଧ ରଖିବା ପାଇଁ ବ୍ୟବହୃତ ହୋଇଥାଏ ।

ବିଶେଷକରି ଗବେଷଣାଗାର ଗୁଡିକରେ ଏଭଳି ରେଫ୍ରିଜେରେଟର ବ୍ୟବହାର କରଯାଏ । ଟଏହି ରେଫ୍ରିଜେରେଟର ତାମପାତ୍ରା ୨ରୁ ୮ ଡିଗ୍ରୀ ମଧ୍ୟରେ ରହିଥାଏ । ଯଦି ତାପମାତ୍ର ଏହାଠାରୁ କମ୍ କିମ୍ବା ଅଧିକ ହୁଏ , ତେବେ ଏହି ମେସିନ୍ ପଞ୍ଜିକୃତ ମୋବାଇଲ ନମ୍ବରରେ ମେସେଜ୍ ପଠାଇ ସତର୍କ କରିଥାଏ । ତେବେ ଆସାମ ଚାଚର ଜିଲ୍ଲାର ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି ଯେ, କୌଣସି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ତାପମାତ୍ର ଅସ୍ଥିରତା ନେଇ ଆମ ପାଖକୁ ମେସେଜ୍ ଆସିନଥିଲା । ଟିକା ନଷ୍ଟ ହେବା ଘଟଣାରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏମ୍‌ଏମ୍‌ସିଏଚ୍ ଠାରୁ ରିପୋର୍ଟ ତଲବ କରିଛି ।

Comments are closed.