ଏଆର ରହମାନଙ୍କ ମାତୃ ବିୟୋଗ

ଚେନ୍ନାଇ – ଖ୍ୟାତନାମା ସଙ୍ଗୀତକାର ଏଆର ରହମାନଙ୍କ ମାଆ କରୀମା ବେଗମଙ୍କ ସୋମବାର ପରଲୋକ ହୋଇଯାଇଛି । ସେ କିଛି ଦିନ ଧରି ଅସୁସ୍ଥ ଥିଲେ । ରହମାନ ତାଙ୍କ ମାଆଙ୍କର ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରିବା ସହ ଏହି ଦୁଃଖଦ ସମ୍ବାଦ ବିଷୟରେ ସୂଚନା ଦେଇଛନ୍ତି ।

କରୀମା ପ୍ରସିଦ୍ଧ ସଂଗୀତ ନିର୍ଦ୍ଦେଶକ ଆରକେ ଶେଖରଙ୍କ ପତ୍ନୀ ଥିଲେ । ଶେଖରଙ୍କ ୧୯୭୬ରେ ମୃତ୍ୟୁ ହେବା ପରେ ପୁଅ ରହମାନଙ୍କ ସମେତ ତିନି ଝଅ ରିହାନା, ଇଶ୍ରାତ ଓ ଫତିମାଙ୍କ ଲାଳନ ପାଳନ କରିଥିଲେ କରୀମା । ବିଶେଷକରି ରହମାନ ତାଙ୍କ ମାଆଙ୍କ ବେଶି ଘନିଷ୍ଠ ଥିଲେ । ରହମାନଙ୍କୁ ଜଣେ ପ୍ରତିଷ୍ଠିତ ସଂଗୀତକାର କରିବାରେ କରୀମାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା । ରହମାନ ମଧ୍ୟ ଏହା ବହୁଥର ସ୍ୱୀକାର କରିଛନ୍ତି ।

Comments are closed.