ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ତାରାତାରିଣୀ ମନ୍ଦିର ଆସନ୍ତାମାସ ୩ ତାରିଖରୁ ଖୋଲିବ

ବ୍ରହ୍ମପୁର- ଗଞ୍ଜାମ ଜିଲ୍ଲା ପ୍ରସିଦ୍ଧ ତାରାତାରିଣୀ ମନ୍ଦିର ଆସନ୍ତାମାସ ୩ ତାରିଖରୁ ଭକ୍ତଙ୍କ ପାଇଁ ଖୋଲିବ । କୋରୋନା ମହାମାରୀ ଯୋଗୁଁ ମନ୍ଦିର ଦୀର୍ଘ ୯ ମାସ ହେଲା ବନ୍ଦ ଥିଲା । କୋରୋନା କଟକଣା ମଧ୍ୟରେ ଭକ୍ତ ମାଆଙ୍କୁ ଦର୍ଶନ କରିବେ । ଏଥିପାଇଁ ଜିଲ୍ଲା ପ୍ରଶାସନ ଏସଓପି ଜାରି କରିଛି । ଜିଲ୍ଲାର ଅନ୍ୟ ଧାର୍ମିକ ଅନୁଷ୍ଠାନ ଖୋଲିବା ନେଇ ଆସନ୍ତାକାଲି ହେବାକୁ ଥିବା ବୈଠକରେ ନିଷ୍ପତି ନିଆଯିବ ବୋଲି କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି ।

Comments are closed.