ଏନଏମଏ ବାଇ-ଲ’ : ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ନୀରବତାକୁ କଡା ସମାଲୋଚନା, ଟ୍ୱିଟରରେ ଟ୍ରେଣ୍ଡ୍ କଲା –‘ଅପରାଜିତା ନିଖୋଜ’

ଭୁବନେଶ୍ୱର-ଶ୍ରୀଲିଙ୍ଗରାଜ ମନ୍ଦିର ସଂପର୍କିତ ଏନଏମଏର ପ୍ରସ୍ତାବିତ ବାଇ- ଲ’ ପ୍ରତ୍ୟାହାର ହୋଇ ନାହିଁ । ଏହା ଦ୍ୱାରା ଏକାମ୍ର କ୍ଷେତ୍ର ବିକାଶ ପ୍ରକଳ୍ପ ବାଧାପ୍ରାପ୍ତ ହେବା ଆଶଙ୍କା ରହିଛି । ଏନଏମଏର ପ୍ରସ୍ତାବିତ ବାଇ-ଲ’ପ୍ରତ୍ୟାହାର ନେଇ ଦାବି ଜୋର୍ ଧରିଥିବା ବେଳେ ଭୁବନେଶ୍ୱର ବିଜେପି ସାଂସଦ ଅପରାଜିତା ଷଡଙ୍ଗୀଙ୍କ ନୀରବତା ସମସ୍ତଙ୍କୁ ବିସ୍ମିତ କରିଛି ।

ବହୁ ନାଗରିକ ଓ ବୁଦ୍ଧିଜୀବୀ ସାଂସଦଙ୍କ ନୀରବତାକୁ ସମାଲୋଚନା କରିଛନ୍ତି । ଓଡିଶାର ପ୍ରମୁଖ ଐତିହ୍ୟସ୍ଥଳର ଅସ୍ତିତ୍ୱକୁ ଧ୍ୱଂସ କରିବାକୁ କେନ୍ଦ୍ର ସରକାର ସୁଚିନ୍ତିତ ଷଡଯନ୍ତ୍ର ବୋଲି ଚର୍ଚ୍ଚା ହେଉଥିବା ବେଳେ ଅପରାଜିତାଙ୍କ ନୀରବତା ସମସ୍ତଙ୍କୁ ବିସ୍ମିତ କରିଛି । ଅପରାଜିତାଙ୍କ ନୀରବତାକୁ ନେଇ ଗତକାଲି ଟ୍ୱିଟରରେ ଅପରାଜିତା ନିଖୋଜ ହ୍ୟାସଟ୍ୟାଗ୍ ଟ୍ରେଣ୍ଡ୍ ହେଉଥିଲା । ଏପରିକି ଅପରାଜିତା ନିଖୋଜ ନେଇ ପୋଷ୍ଟର ମରାଯାଇଥିବା ଦୃଶ୍ୟ ବି ସାମନାକୁ ଆସିଛି । ଗତକାଲି ସାମାଜିକ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡା ମଧ୍ୟ ଏହି ପ୍ରସଙ୍ଗରେ ଅପରାଜିତାଙ୍କ ନୀରବତାକୁ ପ୍ରଶ୍ନ କରିଥିଲେ ।

Comments are closed.