କଂଗ୍ରେସର ବରିଷ୍ଠ ନେତା ସର୍ଦ୍ଦାର ବୁଟା ସିଂହଙ୍କ ପରଲୋକ

ନୂଆଦିଲ୍ଲୀ – କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସର୍ଦ୍ଦାର ବୁଟା ସିଂହଙ୍କ ଆଜି ସକାଳେ ପରଲୋକ ହୋଇଯାଇଛି । ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା । ବୁଟା ସିଂହ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ପଞ୍ଜାବ ଜଳନ୍ଧର ଜିଲ୍ଲାର ମୁସ୍ତଫାପୁର ଗ୍ରାମରେ ଜନ୍ମଗ୍ରହଣ କରିଥିବା ବୁଟା ୮ ଥର ଲୋକସଭା ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ପଞ୍ଜାବର ଜଣେ ବଡ଼ ଦଳିତ ନେତା ଭାବେ ତାଙ୍କର ସୁନାମ ଥିଲା ।

ବୁଟା ୧୯୮୬ ରୁ ୧୯୮୯ ପର୍ଯ୍ୟନ୍ତ ତତ୍କାଳୀନ ରାଜୀବ ଗାନ୍ଧୀ ସରକାରରେ କେନ୍ଦ୍ର ଗୃହମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ଏହ ପୂର୍ବରୁ ସେ ୧୯୮୪ ରୁ ୧୯୮୬ ଯାଏଁ କୃଷିମନ୍ତ୍ରୀ ଥିଲେ । ଏହାଛଡ଼ା ବୁଟା ସିଂହ ୨୦୦୪ ରୁ ୨୦୦୬ ପର୍ଯ୍ୟନ୍ତ ବିହାର ରାଜ୍ୟପାଳ ରହିଥିଲେ । ବୁଟା ୨୦୦୭ ରୁ ୨୦୧୦ ଯାଏଁ ମନମୋହନ ସିଂହ ସରକାରରେ ବୁଟା ଜାତୀୟ ଅନୁସୂଚିତ ଜାତି ଆୟୋଗର ଅଧ୍ୟକ୍ଷ ଭାବେ ଦାୟିତ୍ୱ ସମ୍ଭାଳିଥିଲେ । ବୁଟାଙ୍କ ପରଲୋକଙ୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ କଂଗ୍ରେସର ନେତା ରାହୁଲ ଗାନ୍ଧି ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ଆତ୍ମାର ସଦଗତି କାମନା କରିଛନ୍ତି ।

Comments are closed.