କରୋନା ଅପଡେଟ୍‌: ଦେଶରେ ଆଉ ୧୯ ହଜାର ରୋଗୀ, ୨୨୪ ମୃତ

ନୂଆଦିଲ୍ଲୀ – ଭାରତରେ କରୋନା ସଂକ୍ରମଣ ନିୟନ୍ତ୍ରଣରେ ରହିଛି । ଗତ ୨୨ ଦିନ ଧରି ଦୈନିକ ମାମଲା ୨୫ ହଜାର ତଳେ ରହିଛି । ଗତ ୨୪ ଘଣ୍ଟାରେ ଭାରତରେ ଆଉ ୧୯,୦୭୯ ରୋଗୀ ଚିହ୍ନଟ ହୋଇଛନ୍ତି । ଦିନକରେ ଆଉ ୨୨୪ ଲୋକଙ୍କ ଜୀବନ ଯାଇଥିବା ବେଳେ ୨୨,୯୨୬ ଜଣ ସୁସ୍ଥ ହୋଇଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ମୁତାବକ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ତିନି ଲକ୍ଷଙ୍କର ପହଞ୍ଚିଚି । ଏଯାବତ୍ ଏହି ମହାମାରୀରେ ୧ ଲକ୍ଷ ୪୯ ହଜାର ୨୧୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯୯ ଲକ୍ଷ ୬ ହଜାର ସୁସ୍ଥ ହୋଇଛନ୍ତି । ଭାରତରେ ଏବେ ମାତ୍ର ୨ ଲକ୍ଷ ୫୦ ହଜାର ସକ୍ରିୟ ମାମଲା ତଥା ଚିକିତ୍ସାଧୀନ ରୋଗୀ ରହିଛନ୍ତି ।

Comments are closed.