କଟକ ଓ ଗଞ୍ଜାମ ଜିଲ୍ଲାରେ ଜିରୋ ନାଇଟ ସେଲିବ୍ରେସନ ଉପରେ ରୋକ୍‌

କଟକ- କଟକରେ ଜିରୋ ନାଇଟ ସେଲିବ୍ରେସନକୁ ବାରଣ କରିଛି ପ୍ରଶାସନ । କୋରୋନା ସଂକ୍ରମଣ ବଢିବା ଆଶଙ୍କାରେ ଜିରୋ ନାଇଟ ସେଲିବ୍ରେସନ ଉପରେ କଟକଣା ଲଗାଇଛି କଟକ ମହାନଗର ନିଗମ । ହୋଟେଲ, ମଣ୍ଡପ, କ୍ଲବରେ ଡିସେମ୍ବର ୩୧ ତାରିଖରେ ଭିଡ ଜମାଇବାକୁ ମନା କରିଛି ସିଏମସି । ଲୋକେ ଘରେ ରହି ନୂଆ ବର୍ଷ ପାଳନ କରିବାକୁ ପରାମର୍ଶ ଦିଆଯାଇଛି ।

ଗଞ୍ଜାମ ଜିଲ୍ଲାରେ ମଧ୍ୟ ଜିରୋ ନାଇଟ ସେଲିବ୍ରେସନ ଉପରେ ରୋକ୍ ଲଗାଇଛି ଜିଲ୍ଲା ପ୍ରଶାସନ । ସମସ୍ତ ପ୍ରକାର ସେଲିବ୍ରେସନ ଉପରେ କଟକଣା ଜାରି କରାଯାଇଛି । ଡିସେମମ୍ବର ୩୧ ଓ ଜାନୁଆରୀ ୧ ତାରିଖରେ ଜିଲ୍ଲାର ସମସ୍ତ ବେଳାଭୂମି ବନ୍ଦ ରହିବ ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସୂଚନା ଦେଇଛନ୍ତି

Comments are closed.