କରୋନା ଅପଡେଟ୍‌: ଗତ ୨୪ ଘଣ୍ଟାରେ ଭାରତରେ ଆଉ ୧୪,୧୯୯ ମାମଲା

ନୂଆଦିଲ୍ଲୀ – ଭାରତରେ ପୁଣିଥରେ ଉପର ମୁହାଁ ହୋଇଛି କରୋନା ଗ୍ରାଫ୍ । ମହାରାଷ୍ଟ୍ର ଓ କେରଳ ସମେତ କିଛି ରାଜ୍ୟରେ ନୂଆ କରୋନା ମାମଲା ବଢ଼ିଛି । ଦେଶରେ ଗତ ୨୪ ଘଣ୍ଟାରେ କରୋନାର ଆଉ ୧୪,୧୯୯ ନୂଆ ମାମଲା ଚିହ୍ନଟ ହୋଇଛି । ଏହି ରୋଗରେ ଆଉ ୮୩ ଜଣଙ୍କ ମୃତ୍ୟୁ ହୋଇଛି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁସାରେ ଦେଶରେ ଏବେ ମୋଟ ଆକ୍ରାନ୍ତ ସଂଖ୍ୟା ୧ କୋଟି ୧୦ ଲକ୍ଷ ୫୮୫୦କୁ ବୃଦ୍ଧି ପାଇଛି । ଏଥିମଧ୍ୟରୁ ଲକ୍ଷେ ୬ ହଜାର ୩୮୫ ଜଣଙ୍କର ଏହି ରୋଗରେ ମୃତ୍ୟୁ ହୋଇଥିବା ବେଳେ ୧ କୋଟି ୬ ଲକ୍ଷ ୯୯ ହଜାର ୪୧୦ ଜଣ ସୁସ୍ଥ ହୋଇଛନ୍ତି ।

ଦେଶରେ ଟିକାକରଣ କାର୍ଯ୍ୟକ୍ରମ ଜାରି ରହିଛି । ଏଯାବତ୍ ଦେଶରେ ୧ କୋଟି ୧୧ ଲକ୍ଷ ୧୬ ହଜାର ୮୫୪ ଲୋକଙ୍କୁ କରୋନା ଭ୍ୟାକ୍ସିନ ଦିଆଯାଇଛି ।

Comments are closed.