୧୯୯୯ ବହୁଚର୍ଚ୍ଚିତ ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳ ଗିରଫ

ଭୁବନେଶ୍ୱର- ବହୁଚର୍ଚ୍ଚିତ ୧୯୯୯ ଗଣଦୁଷ୍କର୍ମ ମାମଲାରେ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳକୁ ମୁମ୍ବାଇରୁ ଗିରଫ କରିଛି କମିଶନରେଟ ପୋଲିସ । ସେଠାରେ ସେ ଛଦ୍ମ ନାମରେ ମିସ୍ତ୍ରୀ ଭାବେ କାମ କରୁଥିଲେ । ବିବନ ସର୍ମ୍ପକରେ ସୂଚନା ଦେବାପାଇଁ ସିବିଆଇ ମଧ୍ୟ ପୁରଷ୍କାର ରାଶି ଘୋଷଣା କରିଥିଲା କିନ୍ତୁ କମିଶନରେଟ ପୋଲିସ ତକୁ ଗିରଫ କରିବାରେ ସଫଳ ହୋଇଛି ।

୧୯୯୯ ଜାନୁଆରୀ ୯ ତାରିଖରେ ଭୁବନେଶ୍ୱର-ବାରଙ୍ଗ ରାସ୍ତାରେ ଦୁଷ୍କର୍ମ ହୋଇଥିଲା । ଏହି ଘଟଣା ସେତେବେଳେ ରାଜ୍ୟ ରାଜନୀତିରେ ଝଡ ସୃୃଷ୍ଟି କରିଥିଲା । ଏହି ଘଟଣା ପରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଇସ୍ତଫା ଦେଇଥିଲେ ।

Comments are closed.