କରୋନା ଅପଡେଟ୍‌: ଜୁନ୍ ପରେ ସବୁଠାରୁ କମ୍ ଦୈନିକ ମାମଲା, ୨୪ ଘଣ୍ଟାରେ କେବଳ ୧୨,୫୮୪ ନୂଆ ଆକ୍ରାନ୍ତ

ନୂଆଦିଲ୍ଲୀ – ଭାରତରେ କରୋନା ପ୍ରକୋପ କ୍ରମାଗତ ହ୍ରାସ ପାଇବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଦେଶରେ କେବଳ ୧୨,୫୮୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜୁନ୍ ୧୮, ୨୦୨୦ ପରେ ଏହା ହେଉଛି ଦେଶରେ ସର୍ବନିମ୍ନ ଦୈନିକ ମାମଲା । ଗତବର୍ଷ ଜୁନ୍ ୧୮ରେ ୧୨,୮୮୧ ମାମଲା ଚିହ୍ନଟ ହୋଇଥିଲା । ଏବେ ଭାରତରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୪ ଲକ୍ଷ ୭୯ହଜାର ୧୭୯କୁ ବୃଦ୍ଧି ପାଇଛି । ଦିନକରେ ଏହି ରୋଗରେ ଆଉ ୧୬୭ ଜଣଙ୍କ ମୃତ୍ୟୁ ହୋଇଛି ବର୍ତ୍ତମାନ ସୁଦ୍ଧା କରୋନାରେ ଦେଶରେ ୧ ଲକ୍ଷ ୫୧ ହଜାର ୩୨୭ ଜଣଙ୍କ ଜୀବନ ଯାଇଛି । ଆକ୍ରାନ୍ତଙ୍କ ତୁଳନାରେ ଦୈନିକ ସୁସ୍ଥ ହାର ଅଧିକ ରହିଛି । ଗତ ୨୪ ଘଣ୍ଟାରେ ଆଉ ୧୮,୩୮୫ ଜଣ ସୁସ୍ଥ ହୋଇଛନ୍ତି । ଫଳରେ ଦେଶରେ ମୋଟ ସକ୍ରିୟ ମାମଲା ବି କମୁଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁସାରେ ଦେଶରେ ଏବେ କେବଳ ୨ ଲକ୍ଷ ୧୬ ହଜାର ୫୫୮ ସକ୍ରିୟ ମାମଲା ବା ଚିକିତ୍ସାଧୀନ ରୋଗୀ ଅଛନ୍ତି । ଏଯାବତ ୧ କୋଟି ୧୧ ହଜାର ୨୯୪ ଜଣ ଲୋକ ସୁସ୍ଥ ହୋଇସାରିଛନ୍ତି ।

Comments are closed.