ରାଜ୍ୟରେ ଗତ ୨୪ ଘଂଟାରେ ୨୨୫ଟି ନୂଆ କୋରୋନା ମାମଲା

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଂଟାରେ ୨୨୫ଟି ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୩୮, ବରଗଡ ଓ ବଲାଙ୍ଗୀରରୁ ୧୬ ଲେଖାଏଁ , ସମ୍ବଲପୁର, ପୁରୀ, ଖୋର୍ଦ୍ଧା, ଝାରସୁଗୁଡା ଓ ଅନୁଗୁଳରୁ ୧୫ ଲେଖାଏଁ ,ବାଲେଶ୍ୱରରୁ ୧୪, କେନ୍ଦୁଝରରୁ ୧୧, ମୟୂରଭଞ୍ଜରୁ ୧୦ ଜଣ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୨ ହଜାର ୩୩୧କୁ ବୃଦ୍ଧି ପାଇଛି । ଏ ଯାବତ ୩ ଲକ୍ଷ ୨୮ ହଜାର ୨୭୧ ସୁସ୍ଥ ହୋଇସାରିଲେଣି । ରାଜ୍ୟରେ ସକ୍ରିୟ ମାମଲା ସଂଖ୍ୟା ୨ ହଜାର ୧୧୩ ରହିଛି ।

Comments are closed.