କରୋନା ଅପଡେଟ୍‌: ବଢ଼ିଲା ଦୈନିକ ମାମଲା, ଆଉ ୧୫,୯୬୮ ନୂଆ ଆକ୍ରାନ୍ତ, ୨୦୨ ମୃତ

ନୂଆଦିଲ୍ଲୀ – ଭାରତରେ ଗତକାଲି ସାତମାସ ପରେ ସର୍ବନିମ୍ନ ଦୈନିକ କରୋନା ମାମଲା ରେକର୍ଡ କରାଯାଇଥିଲା । ହେଲେ ଗତ ୨୪ ଘଣ୍ଟାରେ ଏଥିରେ ବୃଦ୍ଧି ଘଟିଛି । ଦିନକରେ ଆଉ ୧୫,୯୬୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତକାଲି ଏହି ସଂଖ୍ୟା ଥିଲା ୧୨,୫୮୪ । କରୋନାରେ ଆଉ ୨୦୨ ଜଣଙ୍କ ଜୀବନ ଯାଇଛି । ଦେଶରେ ଏଯାବତ୍ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୪ ଲକ୍ଷ ୯୫ ହଜାର ୧୪୭କୁ ବୃଦ୍ଧି ପାଇଛି । ଏଥିମଧ୍ୟରୁ ୧ ଲକ୍ଷ ୫୧ ହଜାର ୫୨୯ ଜଣଙ୍କ ମୃତ୍ୟୁ ହୋଇଛି । ଭାରତରେ ଏବେ ମାତ୍ର ୧ ଲକ୍ଷ ୧୪ ହଜାର ୫୦୭ ସକ୍ରିୟ ମାମଲା ତଥା ଚିକିତ୍ସାଧୀନ ରୋଗୀ ଅଛନ୍ତି ।

Comments are closed.