କରୋନା ଅପଡେଟ୍‌: ଭାରତରେ ଆଉ ୧୬,୭୫୨ ନୂଆ ମାମଲା, ମାସକରେ ସର୍ବାଧିକ

ନୂଆଦିଲ୍ଳୀ – ଭାରତରେ କରୋନା ସଂକ୍ରମଣ ହାର ପୁଣିଥରେ ବୃଦ୍ଧି ପାଇଛି । ଏବେ ଗତ ଚାରି ଦିନ ଧରି ଦେଶରେ ୧୬ ହଜାରରୁ ଊର୍ଦ୍ଧ୍ୱ ଦୈନିକ ମାମଲା ଚିହ୍ନଟ ହେଉଛି । ଗତ ୨୪ ଘଣ୍ଟାରେ ଭାରତରେ ଆଉ ୧୬,୭୫୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ଯାହା ଗତ ୩୦ ଦିନରେ ସର୍ବାଧିକ ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁସାରେ ଭାରତରେ ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୧୦,୯୬,୭୩୧କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟାରେ ଦେଶରେ ଏହି ରୋଗରେ ଆଉ ୧୧୩ ଜଣ ପ୍ରାଣ ହରାଇଛନ୍ତି । ଏଥିସହ ମୃତ୍ୟୁ ସଂଖ୍ୟା ୧,୫୧,୦୫୧କୁ ବୃଦ୍ଧି ପାଇଛି ।

ଭାରତରେ ଶେଷଥର ପାଇଁ ଜାନୁୟାରୀ ୨୯ରେ ସର୍ବାଧିକ ଦୈନିକ ମାମଲା ରେକର୍ଡ କରାଯାଇଥିଲା । ଉକ୍ତ ଦିନ ୧୮,୮୫୫ ମାମଲା ଚିହ୍ନଟ ହୋଇଥିଲା ।

ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ସହ ସକ୍ରିୟ ମାମଲା ବା ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ବି ବୃଦ୍ଧି ପାଇଛି । ଭାରତରେ ବର୍ତ୍ତମାନ ୧,୬୪,୫୧୧ ଚିକିତ୍ସାଧୀନ ରୋଗୀ ଅଛନ୍ତି । ତେବେ ଭଲ ଖବର ହେଉଛି, ଦେଶରେ ଏହି ମହାମାରୀରୁ ଏଯାବତ ୧,୦୭,୭୫,୧୬୯ ଲୋକ ସୁସ୍ଥ ହୋଇଛନ୍ତି ।

Comments are closed.