କରୋନା ଅପଡେଟ୍‌: ୧୮,୭୩୨ ନୂଆ ରୋଗୀ, ୬ ମାସ ପରେ ଦୈନିକ ମାମଲା ୧୯ ହଜାର ତଳେ

ନୂଆଦିଲ୍ଲୀ – ଭାରତରେ କରୋନା ସଂକ୍ରମଣ ସମ୍ପ୍ରତି ନିୟନ୍ତ୍ରଣରେ ରହିଛି । ଲଗାତର ସପ୍ତମ ଦିନ ପାଇଁ ଦୈନିକ ମାମଲା ୨୫ ହଜାର ତଳେ ରହିଛି । ଗତ ୨୪ ଘଣ୍ଟାରେ ଦେଶରେ ଆଉ ୧୮,୭୩୨ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ଗତ ୬ ମାସରେ ଦୈନିକ ମାମଲା ୧୯ ହଜାରରୁ କମ୍ ରହିଛି । ମୃତ୍ୟୁ ସଂଖ୍ୟା ମଧ୍ୟ କମିବାରେ ଲାଗିଛି । ଦିନକରେ ଆଉ୨୭୯ ଜଣଙ୍କ ମୃତ୍ୟୁ ହୋଇଛି । କ୍ରମାଗତ ଦୁଇଦିନ ଧରି ଦୈନିକ ମୃତ୍ୟୁ ସଂଖ୍ୟା ୩୦୦ରୁ କମ୍ ରହିଛି । ଦେଶରେ ଆଉ ୨୧,୪୩୦ ଜଣ କରୋନା ସୁସ୍ଥ ହୋଇଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ମୁତାବକ ଦେଶରେ ଏବେ ମୋଟ ମାମଲା ୧ କୋଟି ୧ ଲକ୍ଷ ୮୮ ହଜାରକୁ ବୃଦ୍ଧି ପାଇଛି । ଏଥିମଧ୍ୟରୁ ୧ଲକ୍ଷ ୪୭ ହଜାର ୬୨୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯୭ ଲକ୍ଷ ୬୧ ହଜାର ସୁସ୍ଥ ହୋଇଛନ୍ତି । ଦେଶରେ ଏବେ ୨ ଲକ୍ଷ ୭୮ ହଜାର କ୍ରିୟ ମାମଲା ବା ଚିକିତ୍ସାଧୀନ ରୋଗୀ ରହିଛନ୍ତି ।

Comments are closed.