ମଡର୍ନାର ଦାବି: କରୋନାର ନୂଆ ଷ୍ଟ୍ରେନ୍ ଉପରେ ବି ପ୍ରଭାବୀ ଏହାର ଟିକା

ଓ୍ୱାଶିଂଟନ – କରୋନା ଭାଇରସର ନୂଆ ଷ୍ଟ୍ରେନ୍ ମିଳିବା ପରେ ସାରା ବିଶ୍ୱରେ ଆତଙ୍କ ଖେଳିଯାଇଛି । ଏହାରି ଭିତରେ ଆମେରିକାର ଔଷଧ କମ୍ପାନୀ ମଡର୍ନା କରୋନାର ନୂଆ ଷ୍ଟ୍ରେନ୍ ବିଷୟରେ ଏକ ବଡ଼ ଦାବି କରିଛି | ମଡର୍ନା କହିଛି ଯେ ଏହାର ଟିକା କରୋନାର ନୂଆ ଷ୍ଟ୍ରେନ୍ ଉପରେ ମଧ୍ୟ ପ୍ରଭାବୀ । ଟିକା ଟ୍ରାଏଲ ଫଳାଫଳରୁ ଜଣାପଡଛି ଯେ ଏହି ଟିକା ଯେ କୌଣସି ଷ୍ଟ୍ରେନ୍ ଉପରେ ପ୍ରଭାବୀ ହୋଇପାରିବ । କମ୍ପାନୀ କହିଛି ଏହାର ବୈଜ୍ଞାନିକମାନେ ପୂର୍ବାନୁମାନ କରିଥିଲେ ଯେ କରୋନା ଏହାର ଷ୍ଟ୍ରେନ୍ ବଦଳାଇବ। ଏହାକୁ ଦୃଷ୍ଟିରେ ରଖି ଏହି ଟିକା ପ୍ରସ୍ତୁତ କରାଯାଇଛି।

ବ୍ରିଟେନରେ ମିଳୁଥିବା କରୋନାର ନୂଆ ଷ୍ଟ୍ରେନ୍‌ରୁ ମଧ୍ୟ ସେମାନଙ୍କ ଟିକା ସୁରକ୍ଷା ପ୍ରଦାନ କରିବ ବୋଲି କମ୍ପାନୀ ଆଶାବ୍ୟକ୍ତ କରିଛି। ଏହାର ଟୀକାର ପ୍ରଭାବ ନିଶ୍ଚିତ କରିବାକୁ କମ୍ପାନୀ ଆସନ୍ତା ସପ୍ତାହରେ ଟ୍ରାଏଲ ଯୋଜନା କରିଛି ।
କରୋନା ଜୀବାଣୁ ସଂକ୍ରମଣକୁ ରୋକିବାରେ ଏହି ଟିକା ୯୪ ପ୍ରତିଶତ ପ୍ରଭାବୀ ବୋଲି ମୋଡର୍ନା କମ୍ପାନୀ ଦାବି କରିଛି। ଆମେରିକୀୟ ନିୟାମକମାନେ ମୋଡର୍ନାର କୋଭିଡ -୧୯ ଟିକାକୁ ଅନୁମୋଦନ କରିଛନ୍ତି। ଏହି ଟିକା ୧୮ ବର୍ଷରୁ ଉର୍ଦ୍ଧ୍ବ ଏବଂ ବୟସ୍କ ବ୍ୟକ୍ତିଙ୍କ ପାଇଁ ଜରୁରୀକାଳୀନ ବ୍ୟବହାର ଭାବରେ ଅନୁମୋଦିତ ହୋଇଛି । ସପ୍ତାହକ ପୂର୍ବରୁ ଆମେରିକାର ଖାଦ୍ୟ ଏବଂ ଔଷଧ ପ୍ରଶାସନ(ଏଫଡିଏ) ଫାଇଜର ଏବଂ ଏହାର ଜର୍ମାନ ସହଯୋଗୀ ବାୟୋନୋଟେକ୍ ଟିକାକୁ ଅନୁମୋଦନ କରିଥିଲା । ୨୦୨୧ ର ପ୍ରଥମ ୩ ସପ୍ତାହରେ ଆମେରିକାରେ ୮୫ରୁ ୧୦୦ ନିୟୁତ ମୋଡର୍ନା ଡୋଜ୍ ଉପଲବ୍ଧ ହେବ ବୋଲି ଆଶା କରାଯାଉଛି ।

Comments are closed.