କରୋନା ଟିକା ନେବାର ୧୬ ଘଣ୍ଟା ପରେ ସ୍ୱାସ୍ଥ୍ୟକର୍ମୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ – କରୋନା ଟିକା ନେବା ପରେ କର୍ଣ୍ଣାଟକରେ ଜଣେ ପୁରୁଷ ସ୍ୱାସ୍ଥ୍ୟକର୍ମୀଙ୍କ ମୃତ୍ୟୁ ହୋଇଛି । କର୍ଣ୍ଣାଟକ ନିର୍ମଳ ଜିଲ୍ଲାରେ ଜଣେ ସ୍ୱାସ୍ଥ୍ୟକର୍ମୀଙ୍କୁ କରୋନା ଟିକା ଦିଆଯାଇଥିଲା । ତେବେ ଟିକା ନେବାର ୧୬ ଘଣ୍ଟା ପରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାର ପ୍ରାରମ୍ଭିକ ତଦନ୍ତରେ ସ୍ୱାସ୍ଥ୍ୟକର୍ମୀଙ୍କ ମୃତ୍ୟୁ ଟିକାଜନିତ ନୁହେଁ ବୋଲି କୁହାଯାଇଛି । ଗାଇଡ୍ ଲାଇନ୍ ମୁତାବକ ଏକ ଡାକ୍ତରୀ ଟିମ୍ ମୃତ ସ୍ୱାସ୍ଥ୍ୟକର୍ମଙ୍କ ପୋଷ୍ଟମୋର୍ଟମ କରିବ । ଏହି ଘଟଣାରେ ଜିଲ୍ଲା ସ୍ତରୀୟ ଏଇଏଫ୍‌ଆଇ କମିଟି ତଦନ୍ତ କରି ରାଜ୍ୟ ଏଇଏଫ୍‌ଆଇ କମିଟିକୁ ରିପୋର୍ଟ ପ୍ରଦାନ କରିବ । ରାଜ୍ୟ ଜନସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫର ଜାରି ଏକ ପ୍ରେସ୍ ବିବୃତି ଅନୁଯାୟୀ, ନିର୍ମଳ ଜିଲ୍ଲାର ଉକ୍ତ ସ୍ୱାସ୍ଥ୍ୟକର୍ମୀ ଜାନୁୟାରୀ ୧୯ରେ ଦିନ ପ୍ରାୟ ୧୧ଟା ୩୦ ମିନିଟରେ ଟିକା ନେଇଥିଲେ । ତା’ ପରଦିନ ଅପରାହ୍ନ ୨ଟା ୩୦ ମିନିଟରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ଜାନୁୟାରୀ ୨୧ ସକାଳ ପ୍ରାୟ ୫ଟା ୩୦ ମିନିଟରେ ସ୍ଥାନୀୟ ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଉଲ୍ଲେଖଯୋଗ୍ୟ, ଦେଶରେ ଜାନୁୟାରୀ ୧୬ରୁ ଟିକାକରଣ ଅଭିଯାନ ଆରମ୍ଭ ହୋଇଛି । ଦେଶବ୍ୟାପୀ ଏଯାବତ୍ ୪ ଲକ୍ଷ ୫୪ ହଜାର ୪୯ ଲୋକଙ୍କୁ ଟିକା ଦିଆଯାଇଛି ।

Comments are closed.