କୃଷି ଆଇନର ବୈଧତା ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି

ନୂଆଦିଲ୍ଲୀ – କେନ୍ଦ୍ର ସରକାରଙ୍କ ତିନୋଟି ନୂତନ କୃଷି ଆଇନ ନେଇ ଦାୟର ହୋଇଥିବା ଏକାଧିକ ପିଟିସନର ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବ। ପୂର୍ବ ଶୁଣାଣିରେ ସର୍ବୋଚ୍ଚ ନ୍ୟାୟାଳୟ କିଛି ଦିନ ପାଇଁ ଆଇନକୁ ସ୍ଥଗିତ ରଖିବାକୁ ପରାମର୍ଶ ଦେଇଥିଲେ। ଏହାଛଡା ସରକାର ଓ ଆନ୍ଦୋଳନରତ ଚାଷୀଙ୍କ ମଧ୍ୟରେ ମତଭେଦ ଦୂର କରିବା ପାଇଁ ଏକ କମିଟି ଗଠନ ଲାଗି କୋର୍ଟ ପ୍ରସ୍ତାବ ଦେଇଥିଲେ। କୃଷକ ସଂଗଠନ ଏବଂ ସରକାରଙ୍କ ମଧ୍ୟରେେ ଏଯାବତ୍ ହୋଇଥିବା ୮ ରାଉଣ୍ଡ ଆଲୋଚନାରୁ କୌଣସି ସମାଧାନର ପନ୍ଥା ବାହାରି ପାରିନାହିଁ। କୃଷି ଆଇନ ରଦ୍ଦ କରିବାକୁ କୃଷକମାନେ ଜିଦ୍ ରେ ଅଟଳ ରହିଛନ୍ତି । ସେପଟେ ଆଇନ ପ୍ରତ୍ୟାହାର ହେବ ନାହିଁ ବୋଲି ସରକାର ସ୍ପଷ୍ଟ କରିଛନ୍ତି। ଜାନୁଆରୀ ୧୫ରେ ଉଭୟ ପକ୍ଷ ମଧ୍ୟରେ ପରବର୍ତ୍ତୀ ବୈଠକ ହେବ ।

Comments are closed.