କୃଷି ଆଇନ ବିବାଦ: ୧୮ରେ ଦେଶବ୍ୟାପୀ ଚାରି ଘଣ୍ଟିଆ ରେଳରୋକ କରିବେ ଚାଷୀ

ନୂଆଦିଲ୍ଲୀ – କୃଷି ଆଇନ ବିରୋଧରେ ଦୁଇ ମାସରୁ ଊର୍ଦ୍ଧ୍ୱ କାଳ ଧରି ଆନ୍ଦୋଳନ ଚଳାଇଥିବା ଚାଷୀମାନେ ଆସନ୍ତା ଫେବୃୟାରୀ ୧୮ରେ ଦେଶବ୍ୟାପୀ ରୋଳରୋକ ଡାକରା ଦେଇଛନ୍ତି । ତା’ପୂର୍ବରୁ ପୁଲୱାମା ଆକ୍ରମଣର ବର୍ଷପୂର୍ତ୍ତି ଅବସରରେ ଫେବୃୟାରୀ ୧୪ରେ କୃଷକ ମାନେ ସହିଦ ଯବାନଙ୍କ ସ୍ମୃତିରେ ଏକ କ୍ୟାଣ୍ଡଲ ଶୋଭାଯାତ୍ରା କରିବାକୁ ନିଷ୍ପତ୍ତି ନେଇଛନ୍ତି ।
କୃଷି ଆଇନ ବିରୋଧରେ ଆନ୍ଦୋଳନକୁ ଆହୁରି ଜୋରଦାର କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି କୃଷକ ସଂଗଠନ । ଏହି ଆନ୍ଦୋଳନର ନେତୃତ୍ୱ ନେଉଥିବା ସଂଯୁକ୍ତ କିଷାନ ମୋର୍ଚ୍ଚା ତରଫରୁ କୁହାଯାଇଛି ଯେ, ଫେବୃୟାରୀ ୧୨ରୁ ରାଜସ୍ଥାନର ବିଭିନ୍ନ ଟୋଲ ପ୍ଲାଜା ବନ୍ଦ କରାଯିବ । ଫେବୃୟାରୀ ୧୮ରେ ଦେଶବ୍ୟାପୀ ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ରୋଳରୋକ କରାଯିବ ।

ସଂଯୁକ୍ତ କିଷାନ ମୋର୍ଚ୍ଚା ନେତା ଦର୍ଶନ ପାଲ କହିଛନ୍ତି, ଫେବୃୟାରୀ ୧୪ରେ ଦେଶବ୍ୟାପୀ ପୁଲୱାମା ସହିଦଙ୍କ ସ୍ମୃତିରେ ଏକ କ୍ୟାଣ୍ଡଲ ଓ ମଶାଲ ଶୋଭଯାତ୍ରା କରାଯିବ । ଫେବୃୟାରୀ ୧୬ରେ କୃଷକ ନେତା ସାର ଛୋଟୁ ରାମଙ୍କ ଜନ୍ମବାର୍ଷିକୀ ପାଳନ କରାଯିବ ।

ଉଲ୍ଲେଖଯୋଗ୍ୟ ଯେ, ଆନ୍ଦୋଳନରତ ଚାଷୀମାନେ ଚଳିତ ମାସ ୬ ତାରିଖରେ ତିନି କୃଷି ଆଇନର ପ୍ରତ୍ୟାହାର ଦାବିରେ ଦେଶବ୍ୟାପୀ ଚକାଜାମ୍ ଆନ୍ଦୋଳନ କରି ଜାତୀୟ ଓ ରାଜ୍ୟ ରାଜପଥ ଅବରୋଧ କରିଥିଲେ ।

Comments are closed.