କୋଟିଆ ମାମଲା : ଆନ୍ଧ୍ର ବିରୋଧରେ ଓଡିଶାର ଅଦାଲତ ଅବମାନନା ପିଟିସନର ଶୁଣାଣି କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ – କୋରାପୁଟ ଜିଲ୍ଲାର ସୀମାନ୍ତ କୋଟିଆରେ ଅନୁପ୍ରବେଶ ନେଇ ଆନ୍ଧ୍ର ସରକାରଙ୍କ ବିରୋଧରେ ଓଡିଶା ସରକାରଙ୍କ ପକ୍ଷରୁ ଦାଖଲ କରାଯାଇଥିବା ଅଦାଲତ ଅବମାନନା ପିଟିସନର ଶୁଣାଣି ଆଜି ସୁପ୍ରିମକୋର୍ଟରେ ହେବ । ଗତକାଲି ପିଟିସନକୁ ଶୁଣାଣି ପାଇଁ ଗ୍ରହଣ କରିଥିଲେ ସୁପ୍ରିମକୋର୍ଟ । ଜଷ୍ଟିସ ଏ.ଏନ ଖାନବଲିକର ଓ ଜଷ୍ଟିସ ଅନିରୁଦ୍ଧ ବୋଷଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରିବେ । କୋଟିଆ ମାମଲାରେ ସ୍ଥିତାବସ୍ଥା ବଜାୟ ରଖିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଆନ୍ଧ୍ର ସରକାର ତାହା ପାଳନ କରିନାହାନ୍ତି ବୋଲି ବୋଲି ଓଡିଶା ପକ୍ଷରୁ ଏହି ମାମଲାର ନିୟୋଜିତ ବରିଷ୍ଠ ଆଇନଜୀବୀ ବିକାଶ ସିଂହ କୋର୍ଟରେ କହିଛନ୍ତି ।

Comments are closed.