କୋଟିଆ ମାମଲା : ଆନ୍ଧ୍ର ବିରୋଧରେ ଅଦାଲତ ଅବମାନନା ନେଇ ଓଡିଶାର ପିଟିସନକୁ ଶୁଣାଣି ପାଇଁ ଗ୍ରହଣ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ – କୋଟିଆରେ ଆନ୍ଧ୍ର ସରକାର ପଂଚାୟତ ନିର୍ବାଚନ କରିବା ବିରୋଧରେ ଓଡିଶା ସରକାରଙ୍କ ପକ୍ଷରୁ ଆଗତ ପିଟିସନକୁ ଶୁଣାଣି ପାଇଁ ଗ୍ରହଣ କରିଛନ୍ତି ସୁପ୍ରିମକୋର୍ଟ । ଆସନ୍ତାକାଲି ହେବ ଏହି ମାମଲା ଶୁଣାଣି । ଯଥାସ୍ଥିତି ବଜାୟ ନେଇ ସୁପ୍ରିମକୋର୍ଟଙ୍କ ପୂର୍ବ ରାୟକୁ ଆନ୍ଧ୍ର ମାନୁନାହିଁ । ତେଣୁ ଆନ୍ଧ୍ର ବିରୋଧରେ ଅଦାଲତ ଅବମାନନା ଅଭିଯୋଗ ଆଣି ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରିଥିଲେ ଓଡିଶା ସରକାର ।

Comments are closed.