୧୭ରେ ସର୍ବଦଳୀୟ ବୈଠକ ଡାକିଲେ ବିଧାନସଭା ବାଚସ୍ପତି

ଭୁବନେଶ୍ୱର- ଆସନ୍ତା ୧୮ ତାରିଖରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ବଜେଟ ଅଧିବେଶନ । ଅଧିବେଶନ ପୂର୍ବଦିନ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ବସିବ ସର୍ବଦଳୀୟ ବୈଠକ । ବୈଠକରେ ବିଧାନସଭା ପରିଚାଳନା ନେଇ ବିସ୍ତୃତ ଆଲୋଚନା ହେବା ସମ୍ଭାବନା ରହିଛି । ଏହି ମାସ ୨୨ତାରିଖରେ ବଜେଟ ଉପସ୍ଥାପନ କରାଯିବ ଓ ୨୫ ତାରିଖରେ ଆଲୋଚନା ହେବ । ଏଥର ବିଧାନସଭା ଅଧିବେଶନର କୋରୋନା କଟକଣା କୋହଳ କରାଯାଇଛି । ପ୍ରଶ୍ନକାଳ ବି ଏଥର ରହିବ । ଦୁଇଟି ପର୍ଯ୍ୟାୟରେ ବସିବାକୁ ଥିବା ବଜେଟ ଅଧିବେଶନର ୩୧ଟି କାର୍ଯ୍ୟଦିବସ ରହିଛି ।

Comments are closed.