କୋଭିଡ ଟିକାକରଣର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ, ରାଜ୍ୟରେ ପ୍ରଥମ ଟିକା ନେଲେ କ୍ୟାପିଟାଲ ହସପିଟାଲର୍ ସଫେଇ କର୍ମଚାରୀ

ଭୁବନେଶ୍ୱର- ବିଶ୍ୱର ସର୍ବବୃହତ ଟିକାକରଣ କାର୍ଯ୍ୟକ୍ରମ ଭାରତରେ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଭିଡ ଟିକାକରଣ ଶୁଭାରମ୍ଭ କରିଛନ୍ତି । ଏହାପରେ ସାରାଦେଶରେ ଆରମ୍ଭ ହୋଇଛି କୋଭିଡ ଟିକାକରଣ । ରାଜ୍ୟରେ ବି ଟିକାକରଣ ଆରମ୍ଭ ହୋଇଛି ।

ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହସପିଟାଲର ଜଣେ ସଫେଇ କର୍ମଚାରୀ ପ୍ରଥମ କୋରୋନା ଟିକା ନେଇଛନ୍ତି । ପରେ କ୍ୟାପିଟାଲ ହସପିଟାଲର ନିର୍ଦ୍ଦେଶକ ମଧ୍ୟ କୋରୋନା ଟିକା ନେଛନ୍ତି । ରାଜ୍ୟରେ ଟିକାକରଣ ପାଇଁ ୧୬୧ କେନ୍ଦ୍ର ଖୋଲାଯାଇଛି । ଏଥିରେ ଏମସ ଭୁବନେଶ୍ୱର ବି ସାମିଲ ଅଛି । ପ୍ରଥମ ପଯ୍ୟାର‌୍ୟରେ ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡିର କୋରୋନା ଯୋଦ୍ଧା ଟିକା ନେଉଛନ୍ତି ।

Comments are closed.